ଦିଲ୍ଲୀରେ ଚିନ୍ତାଜନକ ସ୍ଥିତିରେ ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଚିନ୍ତାଜନକ ସ୍ଥିତିରେ ବାୟୁ ପ୍ରଦୂଷଣରେ ନିଶ୍ୱାସ ନେବା କଷ୍ଟକର ହେଇପଡ଼ୁଛି । ସ୍ୱାସ୍ଥ୍ୟଗତ ସମସ୍ୟା ଥିବା ବ୍ୟକ୍ତିଙ୍କ ପାଇଁ ଏହା ଆହୁରି ବିପଜ୍ଜନକ । ଦିଲ୍ଲୀରେ ପ୍ରଦୂଷଣ କମିବାର ନାଁ ଧରୁନାହିଁ । ସୋମବାର ଦିଲ୍ଲୀରେ ବାୟୁର ମାନ ଅତି ନିମ୍ନସ୍ତରରେ ରହିଛି । ଆହୁରି ମଧ୍ୟ ବାୟୁର ମାନ ଖରାପ ରହିବ ବୋଲି ସିଷ୍ଟମ୍‌ ଅପ୍‌ ଏୟାର କ୍ୱାଲିଟି ଆଣ୍ଡ ୱେଦର ଫୋରକାଷ୍ଟ ଆଣ୍ଡ ରିସର୍ଚ୍ଚ ଅନୁମାନ କରିଛି ।

ସୂଚନା ଅନୁସାରେ ସୋମବାର ଦିଲ୍ଲୀରେ ଏକ୍ୟୁଆଇ ୩୫୨ ରହିଛି । ଦିଲ୍ଲୀ ଆଇଆଇଟି ଏରିଆରେ ଏକ୍ୟୁଆଇ ୩୩୯ ରହିଛି । ସେହିପରି ପୁସାରେ ବାୟୁର ମାନ ୩୩୬ସ ଲୋଧି ରୋଡ ୩୩୬, ଆଇଆଇଟି ଦିଲ୍ଲୀରେ ୩୩୯, ଲୋନି ୩୨୪ ଏବଂ ଏୟାରପୋର୍ଟ ଏରିଆରେ ବାୟୁରମାନ ୩୫୭ ରହିଛି ବୋଲି ସୂଚନା ଦେଇଛନ୍ତି । ଦୀପାବଳି ପରଠାରୁ ଦିଲ୍ଲୀରେ ସ୍ଥିତି ଭୟଙ୍କର ହୋଇଛି । ବାଣ ଫୁଟାଇବା ନେଇ ସୁପ୍ରିମକୋର୍ଟ କଟକଣା ଲଗାଇବା ପରେ ବି ଦିଲ୍ଲୀରେ ବାଣ ଫୁଟିଥିଲା । ଫଳରେ ବାୟୁରମାନ ଖରାପ ଦିଗକୁ ଗତି କରିଥିଲା ।