ରାଷ୍ଟ୍ରପତି ଭବନରେ ଅଭିନନ୍ଦନଙ୍କୁ ‘ବୀର ଚକ୍ର’

ନୂଆଦିଲ୍ଲୀ : ଭାରତୀୟ ବାୟୁସେନା କ୍ୟାପଟେନ ଅଭିନନ୍ଦନ ବର୍ଥମାନଙ୍କୁ ‘ବୀର ଚକ୍ର’ ସମ୍ମାନରେ ସମ୍ମାନୀତ କରାଯାଇଛି । ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଏହି ସମ୍ମାନରେ ସମ୍ମାନୀତ କରିଛନ୍ତି । ବାଲାକୋଟ ଏୟାରଷ୍ଟ୍ରାଇକ୍‌ ସମୟରେ ଅଭିନନ୍ଦନ ପାକିସ୍ତାନର ଏଫ-୧୬ ବିମାନକୁ ମାରି ଖସାଇଥିଲେ । ଫେବ୍ରୁଆରୀ ୨୦୧୯ରେ ବାଲାକୋଟ ଏୟାର୍‌ ଷ୍ଟ୍ରାଇକ୍‌ ସମୟରେ ଅଭିନନ୍ଦନ ପାକିସ୍ତାନର ଏଫ-୧୬ ଫାଇଟର ଏୟାରକ୍ରାଫ୍ଟକୁ ଗୁଳି କରି ଖସେଇ ଦେଇଥିଲେ ଓ ପାକ୍‌ ଆର୍ମି ତାଙ୍କୁ ଧରି ନେଇଥିଲା ।

ସେତେବେଳେ ଅଭିନନ୍ଦନ ୱିଙ୍ଗ୍‌ କମାଣ୍ଡର ଥିଲେ । ଅଭିନନ୍ଦନ ମିଗ-୧୨ ପାଇଲଟ୍‌ ଭାବେ ପାକିସ୍ତାନର ଫାଇଟର ଜେଟକୁ ଗୁଳି କରି ଖସାଇ ଦେଇଥିବାର ଏହି ଗୌରବ ହାସଲ କରିଥିଲେ । ପରେ ପାକିସ୍ତାନରୁ ଅଭିନନ୍ଦନଙ୍କୁ ଫେରାଇ ଆଣିବା ପାଇଁ ଭାରତ ପକ୍ଷରୁ ଉଦ୍ୟମ କରାଯାଇଥିଲା । ନିୟମ ଅନୁସାରେ ପାକିସ୍ତାନ ଆର୍ମି ମଧ୍ୟ ୱିଙ୍ଗ କମାଣ୍ଡରଙ୍କୁ ଭାରତକୁ ହସ୍ତନ୍ତର କରିଥିଲେ । ଏହାପରେ ତାଙ୍କୁ ବାୟୁ ସେନା ପକ୍ଷରୁ ପଦୋନ୍ନତି ଦେଇ ୱିଙ୍ଗ୍‌ କମାଣ୍ଡରରୁ ଗ୍ରୁପ କମାଣ୍ଡର କରାଯାଇଥିଲ ।