ଦୁବାଇ : ଟି-୨୦ ବ୍ୟାଟସମ୍ୟାନ ରାଙ୍କିଙ୍ଗ ଜାରି କରିଛି ଆଇସିସି । ଭାରତୀୟ ଟିମର ଓପନିଂ ବ୍ୟାଟସମ୍ୟାନ କେଏଲ ରାହୁଲ, ପାକିସ୍ତାନର ବ୍ୟାଟସମ୍ୟାନ ମହମ୍ମଦ ରିଜୱାନ ଓ ନ୍ୟୁଜିଲାଣ୍ଡର ଓପନିଂ ବ୍ୟାଟସମ୍ୟାନ ମାର୍ଟିନ୍ ଗୁପଟିଲ ଟି-୨୦ ରାଙ୍କିଙ୍ଗରେ ଉପରକୁ ଉଠିଛନ୍ତି । ତେବେ ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଓ ରୋହିତ ଶର୍ମା ଟି-୨୦ ରାଙ୍କିଙ୍ଗ ଟପ-୧୦ରୁ ବାଦ୍ ପଡିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷରେ ରାହୁଲ ଜବରଦସ୍ତ ବ୍ୟାଟିଂ କରିଥିଲେ । ଟପ୍-୧୦ରେ ଏକମାତ୍ର ଭାରତୀୟ ବ୍ୟାଟସମ୍ୟାନ ହେଉଛନ୍ତି କେଏଲ ରାହୁଲ । ସେ ଷଷ୍ଠରୁ ପଞ୍ଚମକୁ ଉଠିଛନ୍ତି । କୋହଲି ୧୧ତମ ସ୍ଥାନରେ ଥିବାବେଳେ ରୋହିତ ଶର୍ମା ୧୩ତମ ସ୍ଥାନରେ ରହିଛନ୍ତି ।