ପାକିସ୍ତାନ ସ୍ଥିତି ବେହାଲ: ଦେଶ ଚଳାଇବାକୁ ଅର୍ଥ ନାହିଁ

ଇସଲାମବାଦ: ପାକିସ୍ତାନ ସ୍ଥିତି ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ଏନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ନିଜେ କହିଛନ୍ତି । ଦେଶ ଚଳାଇବାକୁ ପର୍ଯ୍ୟାପ୍ତ ଅର୍ଥ ନଥିବା କହିଛନ୍ତି ପାକ ପ୍ରଧାନମନ୍ତ୍ରୀ । ଏକ ଉଦଘାଟନ ସମାରୋହରେ କହିଛନ୍ତି ଯେ, ଦେଶକୁ ଚଳାଇବା ପାଇଁ ଅର୍ଥ ନାହିଁ । ସେଥିପାଇଁ ଆମକୁ ଋଣ କରିବାକୁ ପଡ଼ୁଛି । ଏନେଇ ଜନ କଲ୍ୟାଣରେ ଟଙ୍କା ଖର୍ଚ୍ଚ ହୋଇପାରୁନାହିଁ ।

ଦେଶରେ ଋଣ ବଢିଚାଲିଥିବାବେଳେ ରାଜସ୍ୱ ରାଷ୍ଟ୍ରୀୟ ସୁରକ୍ଷାର ପ୍ରସଙ୍ଗ ଭାବେ ଛିଡ଼ା ହୋଇଛି ସେ କହିଛନ୍ତି । ଅନ୍ୟପକ୍ଷରେ ଅଧିକ ଋଣ କରିଥିବାରୁ ଇମ୍ରାନଙ୍କୁ ସମାଲୋଚନା କରାଯାଉଛି । ଏବେ ପାକିସ୍ତାନ ଋଣ ସିଝିଲେ ହିଁ ଋଣ ମୁକ୍ତ ହୋଇପାରିବ ବୋଲି କହିବା ସହ ରାଜସ୍ୱ ବଢ଼ାଇବା ପାଇଁ କାର୍ଯ୍ୟ କରୁଥିବା ଏଫବିଆରକୁ ସେ ଧନ୍ୟବାଦ ମଧ୍ୟ ଦେଇଛନ୍ତି । ପାକିସ୍ତାନରେ ୨୨୦ ମିଲିୟନ ଲୋକସଂଖ୍ୟା ମଧ୍ୟରେ ୩୦ ଲକ୍ଷ ଲୋକ କେବଳ ଟ୍ୟାକ୍ସ ଦେଉଛନ୍ତି ବୋଲି ସେ କହିଛନ୍ତି ।