ଅଖିଳେଶ ଯାଦବଙ୍କ ନିର୍ବାଚନୀ ପ୍ରତିଶ୍ରୁତି

ଲକ୍ଷେ୍ନø : ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ସେ କ୍ଷମତାକୁ ଆସିଲେ କୃଷକ ଆନ୍ଦୋଳନରେ ମୃତ୍ୟୁବରଣ କରିଥିବା ପରିବାରକୁ ୨୫-୨୫ ଲକ୍ଷ ଟଙ୍କା ଦିଆଯିବ । ଏନେଇ ଅଖିଳେଶ ଟ୍ୱିଟ୍‌ ଜରିଆରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, କୃଷକଙ୍କ ଜୀବନ ଅମୂଲ୍ୟ ହୋଇଥାଏ । ସେମାନେ ଅନ୍ୟର ଜୀବନ ପାଇଁ ଅନ୍ନ ଉତ୍ପାଦନ କରନ୍ତି । ମୁଁ ପ୍ରତିଶ୍ରୁତି ଦେଉଛି ସମାଜବାଦୀ ପାର୍ଟି ସରକାରକୁ ଆସିବା ମାତ୍ରେ ସହିଦ ହୋଇଥିବା କୃଷକଙ୍କୁ ୨୫ ଲକ୍ଷ ଟଙ୍କାର ସହ କିଷାନ ସହିଦ ସମ୍ମାନ ରାଶି ଦିଆଯିବ । ଅନ୍ୟପକ୍ଷରେ କୃଷକଙ୍କୁ ନେଇ ବିଜେପିକୁ ଟାର୍ଗେଟ୍‌ କରିଛନ୍ତି ଅଖିଳେଶ ଯାଦବ । ସେ କହିଛନ୍ତି ଯେ, ଧନୀଙ୍କ ଦଳ ବିଜେପି ଭୂମି ଅଧିଗ୍ରହଣ ଏବଂ କୃଷି ଆଇନ ଜରିଆରେ କୃଷକଙ୍କୁ ଠକିବାକୁ ଚାହୁଁଥିଲା ।