ରାଜକୋଟ : ମଝି ସମୁଦ୍ରରେ ଦୁଇ ପଣ୍ୟବାହୀ ଜାହାଜ ଧକ୍କା ହୋଇଛି । ଏହି ଘଟଣା ଗୁଜରାଟର ଓଖା ଉପକୂଳ ଠାରୁ ୧୨ ନଟିକାଲ ମାଇଲ ସମୁଦ୍ର ଭିତରେ ଘଟିଛି । ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ତଟରକ୍ଷୀ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଦୁଇ ବିପରୀତ ଦିଗରେ ଆସୁଥିବା ମାର୍ଶଲ ଦ୍ୱୀପର ଏମ୍ଭି ଆଭିଏଟର ଏବଂ ହଂକଂର ଏମଭି ଆଟଲାଣ୍ଟିକ ଗ୍ରେସ ମଧ୍ୟରେ ଏହି ଧକ୍କା ହୋଇଥିଲା । କଚ୍ଛ ଉପସାଗରୀୟ ଅଞ୍ଚଳରେ ଭେସେଲ ଟ୍ରାଫିକ ସର୍ଭିସ ଥିବା ସତ୍ତେ୍ୱ କାହିଁକି ଏହି ଦୁଇ ଜାହାଜ ମଧ୍ୟରେ ଏହି ଧକ୍କା ହେଲା ତାର ତଦନ୍ତ ଆରମ୍ଭ କରାଯାଉଛି ବୋଲି ଜଣେ ବୋଲି ତଟରକ୍ଷୀ ବାହିନୀର ଜଣେ ଅଧିକାରୀ କହିଛନ୍ତି ।