ନୂଆଦିଲ୍ଲୀ: ପୁଣିଥରେ ଗୌତମ ଗମ୍ଭୀରଙ୍କୁ ମିଳିଲା ହତ୍ୟା ଧମକପୂର୍ଣ୍ଣ ଏକ ଇ-ମେଲ । ଦିଲ୍ଲୀ ସାଂସଦ ଓ ପୂର୍ବତନ ଭାରତୀୟ ବ୍ୟଟ୍ସମ୍ୟାନ ଗମ୍ଭୀରଙ୍କ ପାଖକୁ ପୁଣି ଏକ ମେଲରେ ହତ୍ୟା ଧମକ ମିଳିଛି । ଏହି ଇ-ମେଲରେ କୁହାଯାଇଛି କି ଆପଣ ସୁରକ୍ଷାରେ ଥିବା ପୋଲିସ କିଛି କରିପାରିବେ ନାହିଁ ।
ଗୌତମଙ୍କ ପାଖକୁ ଆସିଥିବା ଇ-ମେଲରେ ଲେଖଯାଇଥିଲା କି ଦିଲ୍ଲୀ ପୋଲିସ ଆମର କିଛି କରିପାରିବେ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଆମର ଗୁପ୍ତଚର ଦିଲ୍ଲୀ ପୋଲିସ ମଧ୍ୟରେ ରହିଛନ୍ତି । ଯିଏ ତୁମ ବିଷୟରେ ଆମକୁ ସବୁ ସୂଚନା ପ୍ରଦାନ କରୁଛନ୍ତି । ତେବେ ଏହା ପ୍ରଥମ ଇ-ମେଲ ନୁହେଁ ପୂର୍ବରୁ ମଧ୍ୟ ଗୌତମଙ୍କ ମେଲକୁ ଦୁଇ ଥର ଧମକପୂର୍ଣ୍ଣ ଚିଠି ଆସିଥିଲା । ଯେଉଁଥିରେ ତାଙ୍କୁ ହତ୍ୟା ଧମକ ମିଳିଥିଲା । ତେବେଗମ୍ଭୀରଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି । ଏହି ମେଲ ପାକିସ୍ତାନର କରାଚୀରୁ ଆସିଛି ବୋଲି ଜଣାପଡିଛି ।