ନିର୍ବନ୍ଧ କଲେ ଶାର୍ଦ୍ଦୁଳ ଠାକୁର

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଟିମର ଦ୍ରୁତ ବୋଲର ଶାର୍ଦ୍ଦୁଳ ଠାକୁର ତାଙ୍କ ଗାର୍ଲଫ୍‌ରେଣ୍ଡ ମିତାଲି ପାରୁଲକରଙ୍କ ସହ ନିର୍ବନ୍ଧ କରିଛନ୍ତି । ଏନେଇ ଉଭୟଙ୍କ ଫଟୋ ଓ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଏହି ନିର୍ବନ୍ଧ ସମାରୋହରେ ପରିବାର ଲୋକେ ଓ ସମ୍ପର୍କୀୟ ସାମିଲ ହୋଇଥିଲେ । ସେ ୨୦୨୨ରେ ଅଷ୍ଟ୍ରେଲିଆରେ ହେବାକୁଥିବା ଟି-୨୦ ବିଶ୍ୱକପ ପରେ ବିବାହ କରିବେ ବୋଲି ଜଣାପଡିଛି । ଶାର୍ଦ୍ଦୁଳ ଏବେ ସୁଦ୍ଧା ୪ଟି ଟେଷ୍ଟ, ୧୫ଟି ଦିନିକିଆ ଓ ୨୪ଟି ଟି-୨୦ ମ୍ୟାଚ ଖେଳିସାରିଛନ୍ତି । ସେହିପରି ଶାର୍ଦ୍ଦୁଳ ଚେନ୍ନାଇ ସୁପର କିଙ୍ଗ୍ସକୁ ଆଇପିଏଲ ୨୦୨୧ର ଚମ୍ପିୟାନ କରିବାରେ ଗୁରୁତ୍ତ୍ୱପୂର୍ଣ ଭୂମିକା ନିଭାଇଥିଲେ । ସେ ଟିମ ପାଇଁ ୧୬ ମ୍ୟାଚରେ ୨୧ ୱିକେଟ୍‌ ନେଇଥିଲେ ।