ସାବରମତୀ ଆଶ୍ରମରେ ସୂତା କାଟିଲେ ଦବଙ୍ଗ ଖାନ

ମୁମ୍ବାଇ: ବଲିଉଡ୍‌ ଦବଙ୍ଗ ଷ୍ଟାର ସଲମାନ୍‌ ଖାନଙ୍କ ଫିଲ୍ମ ‘ଅନ୍ତିମ ଦ ଫାଇନାଲ୍‌ ଟ୍ରୁଥ୍‌’ ଏଇ ନିକଟରେ ମୁକ୍ତିଲାଭ କରିସାରିଛି । ଏହି ଫିଲ୍ମ ବକ୍ସ ଅଫିସରେ ଭଲ ରୋଜଗାର କରିପାରି ନଥିବା ସୂଚନା ମିଳିଛି । ଅନ୍ୟପଟେ ‘ଅନ୍ତିମ’ ଫିଲ୍ମର ପ୍ରମୋସନ ପାଇଁ ଏବେ ଜୋରଦାର ଲାଗିପଡିଛନ୍ତି ସଲମାନ । ସଲମାନ ଗୁଜରାଟରେ ନିଜର ଫିଲ୍ମର ପ୍ରମୋସନ କରିବାବେଳେ ସାବରମତୀ ଆଶ୍ରମରେ ପହଞ୍ଚିଥିଲେ ।

ସାବରମତୀ ଆଶ୍ରମରେ କିଛି ସମୟ ରହିବା ସହ ସେଠାରେ ସୁତା କାଟିଥିବା ଦେଖିବାକୁ ମିଳିଥିଲା । ଯାହାର ଫଟୋ ଏବେ ସୋସିଆଲ୍‌ ମିଡିଆରେ ବେଶ ଭାଇରାଲ ହୋଇଛି । ଏହି ଫଟୋରେ ସଲମାନ୍‌ ଅରଟ ଧରି ସୂତା କାଟୁଥିବା ନଜର ଆସିଛନ୍ତି । ଅନ୍ୟପକ୍ଷରେ ସଲମାନ ବିଭିନ୍ନ ସହର ବୁଲି ଅନ୍ତିମର ପ୍ରମୋସନ କରୁଛନ୍ତି ।