ବିଦେଶ ଫେରନ୍ତା ଗୋଟିଏ ପରିବାରର ୪ ଜଣ କୋଭିଡ ପଜିଟିଭ୍‌

ଜୟପୁର: ଭାରତରେ ଓମିକ୍ରନ ଚିହ୍ନଟ ହେବା ପରେ ଭୟର ବାତାବରଣ ଖେଳିଯାଇଛି । ନିକଟରେ ଦକ୍ଷିଣ ଆଫ୍ରିକାରୁ ଫେରିଥିବା ଗୋଟିଏ ପରିବାରର ଚାରିଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପରିବାରର ୯ ଜଣ ୨୫ ନଭେମ୍ବରରେ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ । ଅନ୍ୟପକ୍ଷରେ ଚିନ୍ତାର ବିଷୟ ହେଉଛି ଏହି ଲୋକଙ୍କ ସହିତ ଯୋଗାଯୋଗ କରିଥିବା ୫ ସଦସ୍ୟ ମଧ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।

ଓମିକ୍ରନକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ଅଲଗା ରଖାଯାଇଛି । ସେମାନେ ଓିମିକ୍ରନ ସଂକ୍ରମିତ କି ନାହିଁ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ରିପୋର୍ଟ ଆସିବା ପରେ ଏହା ଜଣାପଡିବ ।