ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଶିମିଳିପାଳ ଅଭୟାରଣ୍ୟ ଦୁଇ ଦିନ ବନ୍ଦ

କରଞ୍ଜିଆ: ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ବନ୍ଦ । ଶନିବାରଠୁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରହିବ । ଦୁଇ ଦିନ ଶିମିଳିପାଳ ବନ୍ଦ ପାଇଁ ବନ ବିଭାଗ ଘୋଷଣା କରିଛି । କେବଳ ରାତ୍ରୀ ରହଣୀ ପାଇଁ ପୂର୍ବରୁ ବୁକିଂ କରିଥିବା ପର୍ଯ୍ୟଟକମାନେ ଭିତରକୁ ଯାଇପାରିବେ । ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡର ଉପନିର୍ଦ୍ଦେଶକ ସାଇ କିରଣ ଡିଏନ୍‌ ଏନେଇ ସୂଚନା ଦେଇଛନ୍ତି ।