ଛାଡପତ୍ର ପରେ ପୁଣି ଏକାଠି ହେଲେ ଅମୀର-କିରଣ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଅଭିନେତା ଅମୀର ଖାନ ଓ କିରଣ ରାଓ ଛାଡପତ୍ର ପରେ ପୁଣି ଏକାଠି ନଜର ଆସିଛନ୍ତି । ବର୍ତ୍ତମାନ ଉଭୟ ଏକାଠି ରହୁ ନାହାଁନ୍ତି କିନ୍ତୁ ପିଲାଙ୍କ ପାଇଁ ସେମାନଙ୍କ ଦାୟିତ୍ୱରେ ଅବହେଳା କରିନାହାନ୍ତି । ପୁଅ ଆଜାଦଙ୍କ ଜନ୍ମଦିନରେ ଅମୀର-କିରଣ ଏକାଠି ନଜର ଆସିଥିଲେ ।

ଆଜାଦଙ୍କ ଜନ୍ମଦିନର ଫଟୋ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ୍‌ ହେଉଛି । ଅମୀର-କିରଣ ଆଜାଦଙ୍କ ୯ତମ ଜନ୍ମଦିନ ପାଳନ କରିଥିଲେ ।