ଲଣ୍ଡନ: ‘ଓମିକ୍ରନ୍’ ସଂକ୍ରମଣ ପରେ ବ୍ରିଟେନ ସମସ୍ତ ବିଦେଶୀ ଯାତ୍ରୀମାନଙ୍କ ପାଇଁ କୋଭିଡ କଟାକଣ ଲାଗୁ କରିଛି । କୋଭିଡ ଟେଷ୍ଟ ସହ ନାଇଜେରିଆରୁ ଆସୁଥିବା ସମସ୍ତ ଯାତ୍ରୀ ହୋଟେଲ କ୍ୱାରେଣ୍ଟିନରେ ରହିବେ ବ୍ରିଟେନ ସ୍ୱାସ୍ଥ୍ୟମନ୍ତ୍ରୀ ସାଜିଦ ଜାଭିଦ୍ କହିଛନ୍ତି । ଅନ୍ୟପକ୍ଷରେ ବ୍ରିଟେନ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ଓମିକ୍ରନ୍’କୁ ପ୍ରତିହତ କରିବା ଲାଗି ଯାତାୟତ ଉପରେ କଟକଣା ଆବଶ୍ୟକ ।
ଦେଶରେ ‘ଓମିକ୍ରନ’ ସଂକ୍ରମଣ ୧୬୦କୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟମନ୍ତ୍ର କହିଛନ୍ତି, ଏହି ସଂକ୍ରମଣ ସମ୍ପର୍କରେ ଜାଣିବା ପରେ ସଂଗୃହୀତ ତଥ୍ୟାବଳୀକୁ ଆମେ ସମୀକ୍ଷା କରୁଛୁ । ଗମନାଗମନ ଯୋଗୁଁ ସଂକ୍ରମଣ ବୃଦ୍ଧି ପାଉଛି ବୋଲି ଜଣାପଡିଛି । ସେହିପରି ନାଇଜେରିଆକୁ ବ୍ରିଟେନ ଟ୍ରାଭେଲ୍ ରେଡ ଲିଷ୍ଟ୍ରେ ରଖାଯିବ । ଏହି ସଂକ୍ରମଣ ମାମଲାର ସମ୍ପର୍କ ନାଇଜେରିଆ ଏବଂ ଦକ୍ଷିଣ ଆଫ୍ରିକାରୁ ଆସୁଥିବା ଯାତ୍ରୀମାନଙ୍କ ସହ ରହିଛି । ସେହିପରି କେବଳ ବ୍ରିଟିସ ନାଗରିକ ଓ ବାସିନ୍ଦାମାନଙ୍କୁ ଦେଶ ପ୍ରବେଶ ଅନୁମତି ମିଳିବ ଏବଂ ସେମାନେ ହୋଟେଲ୍ରେ କ୍ୱାରେଣ୍ଟିନ୍ରେ ରହିବେ ।