ମା’ ହେବେ କମେଡି କୁଇନ୍‌ ଭାରତୀ!

ମୁମ୍ବାଇ : କମେଡି କୁଇନ୍‌ ତଥା ଅଭିନେତ୍ରୀ ଭାରତୀ ସିଂ ଏବଂ ହର୍ଷ ଲାମ୍ବାଚିଆ ଦୁହେଁ ତାଙ୍କ କମେଡି ପାଇଁ ଚର୍ଚ୍ଚାରେ ରହିଥାନ୍ତି । ବର୍ତ୍ତମାନ ଦୁହେଁ ଖୁବଶୀଘ୍ର ପ୍ରଶଂସକଙ୍କୁ ଏକ ଖୁସି ଖବର ଦେବାକୁ ଯାଉଛନ୍ତି । ଭାରତୀ ଓ ହର୍ଷ ଖୁବଶୀଘ୍ର ବାପା ମାଆ ହେବାକୁ ଯାଉଛନ୍ତି । ୨୦୨୨ରେ ତାଙ୍କ ଘରେ ନୂଆ ଅତିଥି ଆସିବାକୁ ଯାଉଛନ୍ତି । ଏକ ସାକ୍ଷାତକାରରେ ଉଭୟଙ୍କ ଜଣେ ଘନିଷ୍ଠ ବନ୍ଧୁ ଏହି ଖବରକୁ ନେଇ ନିଶ୍ଚିତ କରିଛନ୍ତି ।

ଭାରତୀ କପିଲ ଶର୍ମାଙ୍କ ଶୋ’ରୁ ବି କିଛିଦିନ ବିରତି ନେଇଛନ୍ତି । ସେହିପରି ଏହି ଖବରକୁ ନେଇ ଭାରତୀ କହିଛନ୍ତି ମୁଁ ଏହାକୁ ଅସ୍ୱୀକାର କରିବି ନାହିଁ କି ନିଶ୍ଚିତ କରିବି ନାହିଁ । ଯେତେବେଳେ ସମୟ ଆସିବ ମୁଁ ଏହା ବିଷୟରେ କହିବି । ମୁଁ ଏହାକୁ ଲୁଚାଇ ପାରିବି ନାହିଁ କି ଏହା ଲୁଚାଇବା କଥା ହିଁ ନୁହେଁ । ତେଣୁ ଯେତେବେଳେ ବି ମୁଁ ଏହାକୁ ପ୍ରକାଶ କରିବାକୁ ଚାହେଁ, ଏହାକୁ ସମସ୍ତଙ୍କ ସାମ୍ନାରେ ପ୍ରକାଶ କରିବି ।