ଅଭିନେତ୍ରୀ ନୋରାଙ୍କ କାର ଦୁର୍ଘଟଣାଗ୍ରସ୍ତ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୋରା ଫତେହିଙ୍କ କାର ଦୁର୍ଘଟଣା ହୋଇଛି । ତେବେ ସବୁଠୁ ବଡ କଥା ହେଉଛି ଏହି ଦୁର୍ଘଟଣା ଘଟିଥିବା ବେଳେ ଅଭିନେତ୍ରୀ ନୋରା ସେହି କାରରେ ନଥିଲେ । ସୂଚନା ଅନୁଯାୟୀ ଦୁର୍ଘଟଣା ସମୟରେ ଅଭିନେତ୍ରୀ ପଞ୍ଜାବୀ ଗାୟକ ଗୁରୁ ରାନ୍ଧୱାଙ୍କ ସହ ତାଙ୍କ ନୂଆ ଗୀତର ପ୍ରମୋସନାଲ ଇଭେଣ୍ଟରେ ଥିଲେ । କିନ୍ତୁ ଉଭୟ ଷ୍ଟାର୍‌ ସେହି କାରରେ ଯାଇ ଇଭେଣ୍ଟରେ ପହଞ୍ଚିଥିଲେ । ନୋରାଙ୍କ କାର ଏକ ଅଟୋ ସହ ଦୁର୍ଘଟଣା ହୋଇଥିବା ଜଣାପଡିଛି ।