ଜେଡିୟୁରେ ସାମିଲ ହେଲେ ଗୁପ୍ତେଶ୍ଵର ପାଣ୍ଡେ

ବିହାର: ବିହାରର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ(DGP) ଗୁପ୍ତେଶ୍ଵର ପାଣ୍ଡେ ରବିବାର ବିଧିବଦ୍ଧ ଭାବେ ଜନତା ଦଳ(ୟୁନାଇଟେଡ଼)ରେ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ତଥା ଦଳ ମୁଖ୍ୟ ନୀତିଶ କୁମାରଙ୍କ ଉପସ୍ଥିତରେ ସେ ଦଳରେ ଯୋଗ ଦେଇଛନ୍ତି। ନୀତିଶ ନିଜେ ଗୁପ୍ତେଶ୍ଵରଙ୍କୁ ଦଳର ପ୍ରାଥମିକ ସଦସ୍ୟତା ରସିଦ ପ୍ରଦାନ କରିଥିଲେ।


ଏହି ଅବସରରେ ଦଳର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ। ସେ ବକ୍ସରରୁ ଆଗାମୀ ବିଧାୟକ ନିର୍ବାଚନ ଲଢ଼ିବା ନେଇ ଏକ ପ୍ରକାର ସ୍ଥିର ହୋଇଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ, ଗୁପ୍ତେଶ୍ଵର ମାତ୍ର ଗୋଟିଏ ଦିନ ପୂର୍ବରୁ ଚାକିରିରୁ ସ୍ବେଚ୍ଛାକୃତ ଅବସର ଗ୍ରହଣ କରିଥିଲେ। ସେ ରାଜନୀତିରେ ଯୋଗ ଦେଉଥିବା ନେଇ ଚର୍ଚ୍ଚା ହେଉଥିଲା।