ଟସ ଜିତିଲା ରାଜସ୍ଥାନ,ପ୍ରଥମେ ପଞ୍ଜାବର ବ୍ୟାଟିଂ

ଦୁବାଇ: ଆଜି ଚଳିତ ଆଇପିଲର ନବମ ମ୍ୟାଚ ରାଜସ୍ଥାନ ରୟାଲସ ଓ କିଂଗ୍ସ ଏକାଦଶ ପଞ୍ଜାବ ମଧ୍ୟରେ ଖେଳାଯିବ। ପ୍ରଥମେ ଟସ ଜିତି ପଞ୍ଜାବକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛନ୍ତି ରାଜସ୍ଥାନ ଅଧିନାୟକ ଷ୍ଟିଭ ସ୍ମିଥ।

ପୂର୍ବରୁ ପଞ୍ଜାବ ଦୁଇଟି ମୁକାବିଲା ଖେଳିଥିବାବେଳେ ଗୋଟିଏ ଜିତିଛି। ଅନ୍ୟପଟେ ରାଜସ୍ଥାନ ଗୋଟିଏ ମୁକାବିଲା ଖେଳି ସେଇଟିକୁ ଜିତିଥିଲା। ଦୁଇ ଦଳ ବ୍ୟାଟିଂରେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ଏଣୁ ଆଜିର ମ୍ୟାଚ ହାଇ ସ୍କୋରିଂ ହେବ ବୋଲି ଆଶା କରାଯାଉଛି। ବିଶେଷ କରି ରାଜସ୍ଥାନ ପଟୁ ସଞ୍ଜୁ ସାମସନ ଏବଂ ପଞ୍ଜାବ ପଟୁ କେଏଲ ରାହୁଲଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ।