ରାଜ୍ୟରେ ପୁଣି କୁହୁଡି ସହ ଫେରିବ ଶୀତ

ଭୁବନେଶ୍ୱର : ରାଜ୍ୟର ୧୮ ଜିଲ୍ଲାରେ ଘନ କୁହୁଡ଼ି ହେବ ବୋଲି ଜଣାପଡିଛି । ତେଣୁ ସେହି ଜିଲ୍ଲାଗୁଡିକ ସତର୍କ ରହିବାକୁ ଏସଆରସି ସତର୍କ ସୂଚନା ଜାରି କରିଛନ୍ତି । ଏନେଇ ସମସ୍ତ ଜିଲ୍ଲାପାଳ ଓ ଏସପିମାନଙ୍କୁ ଚିଠି ଲେଖିଛନ୍ତି । ସେହିପରି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଢେଙ୍କାନାଳ, ଅନୁଗୁଳ, ଦେଓଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ନୂଆପଡ଼ା, ବୌଦ୍ଧ, ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ ଘନ କୁହୁଡ଼ି ଦେଖାଦେବ ।

ସେହିପରି ଘନ କୁହୁଡ଼ି ଲାଗି ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ କହିଛନ୍ତି ଯେ, ରାଜ୍ୟର କିଛି ସ୍ଥାନରେ ଘନ କୁହୁଡ଼ି ଦେଖାଦେବ । ସେହିପରି ରାଜ୍ୟର କିଛି ସ୍ଥାନରେ ୩ରୁ ୫ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ ତାପମାତ୍ରା ଅଧିକ ରହୁଥିବା ବେଳେ ଧୀରେ ଧୀରେ ତାପମାତ୍ରା ଖସିବ । ଯାହା ସ୍ୱାଭାବିକ ହେବ ବୋଲି ଶ୍ରୀ ବିଶ୍ୱାସ ଆକଳନ କରିଛନ୍ତି ।