ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ବର୍ଷରେ ଚାଷୀଙ୍କୁ ଉପହାର ଦେଇଛନ୍ତି । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୧୦ମ କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ପଠାଇଛନ୍ତି । ପିଏମ୍ କିଷାନ ଯୋଜନା ଆଧାରରେ ୨୦ ହଜାର ୯୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଅନ୍ୟପକ୍ଷରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି ଯେ, ୨୦୨୨ ନୂଆବର୍ଷ ପ୍ରଥମ ଦିନରେ ଦେଶର ୧୦.୯ କୋଟି ଚାଷୀଙ୍କୁ ୨୦ହଜାର ୯ଶହ କୋଟି ଟଙ୍କା ପଠାଯାଇଛି । କୃଷି କ୍ଷେତ୍ରରେ ଚାଷୀଙ୍କ ଆହୁରି ଳାଭାନ୍ୱିତ କରିବା ପାଇଁ ଏହି ଯୋଜନା ମାଧ୍ୟମରେ ଚାଷୀଙ୍କୁ ସହାୟତା ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର ।