ଭୁବନେଶ୍ୱର: ଏକ୍ସଆଇଏମବିରେ ପଶିଲା କରୋନା । ଭୁବନେଶ୍ବର ସ୍ଥିତ ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟରୁ ୩୧ ଛାତ୍ରଛାତ୍ରୀ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ଇନଷ୍ଟିଚ୍ୟୁଟର ଗୋଟିଏ ହଷ୍ଟେଲକୁ ବିଏମସି ପକ୍ଷରୁ ସିଲ୍ କରାଯାଇଛି । ଉତ୍ତର ଜୋନ୍ ଜେଡିସି ପୁରନ୍ଦର ନନ୍ଦଙ୍କ ଉପସ୍ଥିତିରେ ସିଲ୍ ହେଲା ହଷ୍ଟେଲ ।
ତେବେ ଅନ୍ୟ ସମସ୍ତ ହଷ୍ଟେଲ ଛାତ୍ରଛାତ୍ରୀଙ୍କର ଆରଟିପିସିଆ ଟେଷ୍ଟ କରାଯିବ । ବିଏମସି ପକ୍ଷରୁ ସମସ୍ତଙ୍କର ଟେଷ୍ଟ କରାଯିବ ବୋଲି ଜଣାପଡିଛି । ସମସ୍ତ ଛାତ୍ରଛାତ୍ରୀ ଏବେ ସେହି ହଷ୍ଟେଲରେ ଆଇସୋଲେସନରେ ରହିବେ।