ମୁମ୍ବାଇ : ସାଉଥ ସୁପର୍ ଷ୍ଟାର୍ ମହେଶ ବାବୁ କରୋନା ସଂକ୍ରମିତ ହୋଇଛନ୍ତି । ଏନେଇ ମହେଶ ବାବୁ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ମୋ ଠାରେ କରୋନାର ସାମାନ୍ୟ ଲକ୍ଷଣ ରହିବା ସହ ସେ ନିଜକୁ କ୍ୱାରେଣ୍ଟାଇନ କରିବା ସମସ୍ତ ସ୍ୱାସ୍ଥ୍ୟଗତ ଗାଇଡଲାଇନ ପାଳନ କରୁଛନ୍ତି । ସେ କହିଛନ୍ତି ଯେ, କିଛି ଦିନ ଭିତରେ ମୋ ସଂପର୍କରେ ଯେଉଁମାନେ ଆସିଛନ୍ତି ସେମାନେ ଦୟାକରି କରୋନା ପରୀକ୍ଷା କରାଇବାକୁ କହିଛନ୍ତି । ସେହିପରି ଟିକା ନେଇ ନଥିବା ଲୋକମାନଙ୍କୁ ଟିକା ନେବାକୁ ପରାମର୍ଶ ଦେଇଛନ୍ତି ।