ବିଷାକ୍ତ ମଦ ପିଇ ୯ ମୃତ୍ୟୁ

ବିହାର: ନାଳନ୍ଦା ଜିଲ୍ଲାର ସୋହରସାଇ ଅଞ୍ଚଳର ଛତି ପାହରୀ ଏବଂ ପହର ତାଲି ମୋହଲ୍ଲାରେ ବିଷାକ୍ତ ମଦ ପିଇ ୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ତିନି ଜଣଙ୍କର ଅବସ୍ଥା ଗୁରୁତର ହୋଇଛି । ବିହାରର ନୀତିଶ ସରକାର ରାଜ୍ୟରେ ମଦ ଉପରେ ପ୍ରତିବନ୍ଧକ ଲଗାଇବା ସତ୍ତେ୍ୱ ବି ସେଠାରେ ମଦ କାରବାର ଓ ମଦ ପିଇବା ଘଟଣା ସାମ୍ନାକୁ ଆସୁଛି।

ସେହିପରି ଅନେକ ଥର ବିଷାକ୍ତ ମଦ ପିଇବା କାରଣରୁ ଲୋକେ ମୃତ୍ୟୁବରଣ କରୁଛନ୍ତି । ନିକଟରେ ସାମ୍ନାକୁ ଆସିଥିବା ରିପୋରର୍ଟରେ ମାମଲା ନାଲନ୍ଦା ଯେଉଁଠାରେ ମଦ୍ୟପାନ ହେତୁ ପାଞ୍ଚ ଜଣ ଲୋକଙ୍କ ଜୀବନ ଯାଇଛି । ଏହି ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ପ୍ରଶାସନ ଘଟଣାସ୍ଥାଳରେ ପହଞ୍ଚି ତଦନ୍ତ ଚଳାଇଥିବା ଜଣାପଡିଛି ।