ସଚିନଙ୍କୁ ଟପିଲେ ବିରାଟ

ନୂଆଦିଲ୍ଲୀ : ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ଦିନିକିଆରେ ପୂର୍ବତନ ଅଧିନାୟକ ବିରାଟ କୋହଲି ନିଜ ନାମରେ କରିଛନ୍ତି ଏକ ବଡ ରେକର୍ଡ । କୋହଲି ବର୍ତ୍ତମାନ ବିଦେଶୀ ମାଟିରେ ଦିନିକିଆ କ୍ରିକେଟରେ ସର୍ବାଧିକ ରନକାରୀ ବ୍ୟାଟସମ୍ୟାନ ହୋଇଛନ୍ତି । ଏହି ରେକର୍ଡ ପୂର୍ବତନ କ୍ରିକେଟ୍‌ର ସଚିନ ତେନ୍ଦୁଲକରଙ୍କ ନାମରେ ଥିଲା । ମାତ୍ର ଏବେ କୋହଲି ବର୍ତ୍ତମାନ ସଚିନଙ୍କ ଏହି ରେକର୍ଡ ଭାଙ୍ଗିଛନ୍ତି ।

ବିଦେଶ ମାଟିରେ ତେନ୍ଦୁଲକର ୧୪୭ ମ୍ୟାଚ୍‌ରୁ ୫୦୬୫ ରନ ସଂଗ୍ରହ କରିଥିବା ବେଳେ କୋହଲି ୧୦୮ ମ୍ୟାଚରେ ୫୦୬୬ ରନ କରିଛନ୍ତି । ସବୁଠୁ ବଡ କଥା ହେଲା କୋହଲି ଏହି ରେକର୍ଡ ପାଇଁ ସଚିନଙ୍କଠୁ ବହୁତ କମ ମ୍ୟାଚ୍‌ ଖେଳିଛନ୍ତି । ସେହିପରି କୋହଲି ବିଦେଶ ମାଟିରେ ୫୮ରୁ ଅଧିକ ହାରରେ ରନ କରିଛନ୍ତି ଏବଂ ଏଥିରେ ୨୦ ଶତକ ସାମିଲ୍‌ । ସଚିନଙ୍କ ନାମରେ ବିଦେଶୀ ମାଟିରେ ମାତ୍ର ୧୨ ଶତକ ରହିଛି ।