ଖୁବଶୀଘ୍ର କୋଭାକ୍ସିନ-କୋଭିସିଲ୍ଡ ବଜାରରେ ମିଳିବ

ନୂଆଦିଲ୍ଲୀ: ବର୍ତ୍ତମାନ ଫାର୍ମା କମ୍ପାନୀ ସେରମ ଏବଂ ଭାରତ ବାୟୋଟେକ୍‌ କେବଳ କେନ୍ଦ୍ର ସରକାରଙ୍କୁ ଟିକା ବିକ୍ରି କରୁଛନ୍ତି । ସେହିପରି ଏଣିକି ବଜାରରେ ଉପଲବ୍ଧ ହେବ କୋଭାକ୍ସିନ ଓ କୋଭିସିଲ୍ଡ ଟିକା । ଏନେଇ ଡିସିଜିଆଇ ଗ୍ରୀନ ସିଗ୍ନାଲ ଦେଇଛି । ଖୋଲା ବଜାରରେ ବିକ୍ରି କରିବା ପାଇଁ ଡିସିଜିଆଇକୁ ଅନୁମତି ମାଗିଥିଲେ । ସେହିପରି ଡିସିଜିଆଇ ପକ୍ଷରୁ ବିଭିନ୍ନ ତଥ୍ୟର ଅନୁଧ୍ୟାନ କରିବା ପରେ ଅନୁମତି ଦିଆଯାଇଛି । ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପରେ ବର୍ତ୍ତମାନ ସୁଧା ଦେଶରେ ୧୦୦ କୋଟି କୋଭିସିଲ୍ଡ ଡୋଜ ଦିଆସରିଲାଣି ।

ଏତେ ସଂଖ୍ୟାରେ ଟିକାକରଣ ପରେ ଏହା ସମ୍ପୂର୍ଣ୍ଣ ନିରାପଦ ବୋଲି ଡିସିଜିଆଇ ଅନୁଭବ କରିଛନ୍ତି ବୋଲି ସେରମ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ କୋଭାକ୍ସିନ ମଧ୍ୟ ଦାଖଲ କରିଥିବା ତଥ୍ୟ ଆଧାରରେ ଖୋଲା ବଜାରରେ ଟିକା ବିକ୍ରି ପାଇଁ ଅନୁମତି ପାଇଛି । ତେବେ କିଛି ସର୍ତ୍ତ ସହ ସେମାନେ ଟିକା ବିକ୍ରି କରିପାରିବେ ବୋଲି ଜଣାପଡିଛି ।