ଥିରୁଅନନ୍ତପୁରମ : କେରଳରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ସ୍ଥିତିକୁ ଦୃଷ୍ଟିରେ ରଖି କେରଳ ସରକାର ନୂତନ କୋଭିଡ୍ କଟକଣା ଲାଗୁ କରିଛନ୍ତି । ମାସର ଶେଷ ଦୁଇ ରବିବାର କର୍ଫ୍ୟୁ ଘୋଷଣା କରିଛନ୍ତି କେରଳ ସରକାର । ଏହି କର୍ଫ୍ୟୁବେଳେ ସବୁ ଦୋକାନ ବଜାର ବନ୍ଦ ରହିବା ସହ କେବଳ ଜରୁରୀକାଳୀନ ସେବାକୁ ଅନୁମତି ଦିଆଯାଇଛି । ସୂଚନାଯୋଗ୍ୟ ଯେ, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୬,୩୮୭ ପଜିଯିଭ ଚିହ୍ନଟ ହେବା ସହ ପ୍ରତିଦିନ ନୂଆ ନୂଆ ରେକର୍ଡ କରୁଛି ।