ହାତକୁ ଦି ହାତ ହେଲେ ମୌନି

ମୁମ୍ବାଇ : ନାଗିନ ଫେମ୍‌ ମୌନୀ ରୟ ତାଙ୍କ ବୟଫ୍ରେଣ୍ଡ ସୁରଜ ନାମ୍ବିଆରଙ୍କୁ ବିବାହ କରିଛନ୍ତି । ଉଭୟଙ୍କ ବିବାହର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ମୌନିଙ୍କ ବିବାହରେ କେବଳ ପରିବାର ସଦସ୍ୟ ଏବଂ କିଛି ବଛା ବଛା ବନ୍ଧୁ ଯୋଗ ଦେଇଥିଲେ । ଅନ୍ୟପକ୍ଷରେ ମୌନିଙ୍କ ବିବାହର ଫଟୋ ଦେଖି ତାଙ୍କ ଫ୍ୟାନ୍ସମାନେ ଶୁଭେଚ୍ଛା ଜଣାଇଥିଲେ । ସୂଚନା ଯୋଗ୍ୟ ଯେ, ଉଭୟ ବହୁଦିନ ଧରି ପରସ୍ପରକୁ ଡେଟ୍‌ କରୁଥିଲେ ।