ନୂଆଦିଲ୍ଲୀ : ଆସନ୍ତା ଫେବ୍ରୁଆରୀ ୧୩ରୁ ଆରମ୍ଭ ହେବ ରଣଜୀ ଟ୍ରଫି । ଏନେଇ ଘୋଷଣା କରିଛି ବିସିସିଆଇ । ଗତବର୍ଷ କୋଭିଡ ସଂକ୍ରମଣ ଲାଗି ଏହି ଟୁର୍ଣ୍ଣାମେଣ୍ଟ ହୋଇପାରି ନଥିଲା । ତେବେ ଗତ ଜାନୁଆରୀ ୧୩ରୁ ରଣଜୀ ଟ୍ରଫି ଆରମ୍ଭ ହୋଇଥାନ୍ତା କିନ୍ତୁ କୋଭିଡର ତୃତୀୟ ଲହରକୁ ଦେଖି ଏହାକୁ ସ୍ଥଗିତ କରାଯାଇଥିଲା । ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କହିଛନ୍ତି ଯେ, ଫେବୃଆରୀ ୧୩ରୁ ଟୁର୍ଣ୍ଣାମେଣ୍ଟର ଆୟୋଜନ ଉପରେ ବିଚାର ବିମର୍ଷ କରିବା ସହ ଏହି ଫର୍ମାଟରେ କୌଣସି ପରିବର୍ତ୍ତନ ହେବ ନାହିଁ ।
ସେହିପରି ସମସ୍ତ ଟିମକୁ ୫ଟି ଗ୍ରୁପରେ ବିଭକ୍ତ କରାଯିବା ସହ ସବୁ ଗ୍ରୁପରେ ୬ଟି ଟିମ୍ ରହିବେ ଓ ଶେଷରେ ୮ଟି ଗ୍ରୁପ୍ ମଧ୍ୟରେ ମୁକାବିଲା ହେବ । ଏହି ଟୁର୍ଣ୍ଣାମେଣ୍ଟ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ବୋଲି ବିସିସିଆଇ କହିଛି । ତେବେ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଭେନ୍ୟୁ ସ୍ଥିର ହୋଇନାହିଁ । ଏହି ସବୁ ପ୍ରସଙ୍ଗ ଉପରେ ଆଲୋଚନା ଚାଲିଥିବା ଗାଙ୍ଗୁଲି କହିଛନ୍ତି ।