ୱାର୍ଣ୍ଣରଙ୍କୁ ନେଇ ଆକାଶ ଚୋପ୍ରାଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ : ଆଇପିଏଲର ନିଲମି ଲାଗି ସବୁ ଦଳ ପ୍ରସ୍ତୁତି ସାରିଲେଣି । ଏହି ନିଲାମରେ ବହୁ ବଡ ବଡ ଷ୍ଟାର ଖେଳାଳି ଭାଗ ନେବେ । ଏହାମଧ୍ୟରେ ରହିଛନ୍ତି ଅଷ୍ଟ୍ରେଲିଆ ଖେଳାଳି ଡେଭିଡ୍‌ ୱାର୍ଣ୍ଣର । ସେ ସନରାଇଜର୍ସ ଦଳରୁ ବାହାରି ଯାଇଛନ୍ତି । ସେ କୌଣସି ଏକ ଦଳର ଅଧିନାୟକ ହେବାକୁ ଦାବିଦାର ଅଟନ୍ତି । ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା କହିଛନ୍ତି ଯେ, ୱାର୍ଣ୍ଣରଙ୍କୁ ଅନେକ ଟିମ୍‌ ନିଜ ସହ ସାମିଲ କରିବାକୁ ଚାହିଁବେ କିନ୍ତୁ କେହି ଅଧିନାୟକ କରିବେ ନାହିଁ ।

ସେହିପରି ସେ କହିଛନ୍ତି ଯେ, ସନରାଇଜର୍ସ ସହ ଯାହା ହୋଇଛି ତାକୁ ଦେଖି କେହି ଅଷ୍ଟ୍ରେଲୀୟ ଖେଳାଳିଙ୍କୁ ବଡ ଦାୟିତ୍ୱ ଦେବେ ନାହିଁ । ଆକାଶ ଆହୁରି କହିଛନ୍ତି ଯେ, ବେଙ୍ଗାଲୁରୁ ଟିମ୍‌ ତାଙ୍କୁ ନେବାକୁ ଚେଷ୍ଟା କରିପାରେ । କାରଣ ବିରାଟ କୋହଲିଙ୍କ ସହ ମିଶି ସେ ଓପନିଂ କରିପାରନ୍ତି ।