ଖୁବଶୀଘ୍ର କମିପାରେ ପେଟ୍ରୋଲ-ଡିଜେଲର ମୂଲ୍ୟ

ନୂଆଦିଲ୍ଲୀ : ଦେଶରେ ଖୁବଶୀଘ୍ର କମିପାରେ ପେଟ୍ରୋଲ-ଡିଜେଲର ମୂଲ୍ୟ । ଗୋଲ୍ଡମ୍ୟାନ ସାକ୍ସଙ୍କ ଅନୁସାରେ, ଯଦି ବୈଶ୍ୱିକ ତୈଳ ମୂଲ୍ୟରେ ବୃଦ୍ଧି ଘଟେ, ତେବେ ମୂଦ୍ରାସ୍ପିତୀର ଚାପକୁ ହ୍ରାସ କରିବା ପାଇଁ ଭାରତ ସରକାର ଟିକସ ହ୍ରାସ କରିପାରନ୍ତି । ଏହା ଏପରି ଏକ ପଦକ୍ଷେପ ଯାହା ଦ୍ୱାରା ଦେଶର ରାଜସ୍ୱ ସଂଗ୍ରହ ହ୍ରାସ ହେବ । ଯଦି ବର୍ଷ ଶେଷ ସୁଦ୍ଧା ବ୍ୟାରେଲ ପିଛା ଆଶୋଧିତ ତୈଳ ମୂଲ୍ୟ ୧୦୫ ଡଲାର ରୁହେ ତେବେ ଭାରତ ସରକାରଙ୍କୁ ଏକ୍ସସାଇଜ୍‌ ଡ୍ୟୁଟି ହ୍ରାସ କରିବାକୁ ପଡିବ ।

ଋଷ ଏବଂ ୟୁକ୍‌ରେନ ମଧ୍ୟରେ ଜାରି ଚିକ୍ତତା ଯୋଗୁଁ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ୯୦ଡଲାର ପାଖରେ ପହଞ୍ଚିଛି । ସେହିପରି ସେ କହିଛନ୍ତି ଯେ, ଚଳିତ ବର୍ଷ ଅଶୋଧିତ ତୈଳର ବ୍ୟାରେଲ ପିଛା ମୂଲ୍ୟ ୧୦୦ ଡଲାର ପାର କରିବ ।