ବ୍ରା’ ସାଇଜ୍‌ ମାମଲାରେ କ୍ଷମା ମାଗିଲେ ଶ୍ୱେତା

ମୁମ୍ବାଇ: ନିକଟରେ ଅଭିନେତ୍ରୀ ଶ୍ୱେତା ତିୱାରୀ ଭଗବାନଙ୍କ ଉପରେ ଦେଇଥିବା ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା ମାଗିଛନ୍ତି । ସୂଚନାଯୋଗ୍ୟ ଯେ, ଏକ ୱେବ୍‌ ସିରିଜ ଲଞ୍ଚ୍‌ ଇଭେଣ୍ଟରେ ଶ୍ୱେତା କହିଥିଲେ ଯେ ମୋ ବ୍ରା’ର ସାଇଜ୍‌ ଭଗବାନ ନେଉଛନ୍ତି । ତାଙ୍କର ଏହି ବିବାଦୀୟ ମନ୍ତବ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ବିବାଦ ଅଧିକ ଜଟିଳ ହେଉଥିବା ଦେଖି ଶ୍ୱେତା ସମସ୍ତଙ୍କୁ କ୍ଷମା ମାଗିଛନ୍ତି । ସେ କହିଛନ୍ତି ଯେ କୌଣସି ଧାର୍ମିକ ଭାବନାକୁ ଆଘାତ ଦେବା ଉଦ୍ଦେଶ୍ୟ ନଥିଲା । ସେ ଆହୁରି କହିଛନ୍ତି ଯେ ତାଙ୍କର ମନ୍ତବ୍ୟକୁ ଭୁଲ ବୁଝାଯାଇଛି । ତେଣୁ ଏମିତି କାମ ସେ କେବେବି କରିପାରିବେ ନାହିଁ ବୋଲି କହିଛନ୍ତି ।

ଶ୍ୱେତା କହିଛନ୍ତି ଯେ, ଏହି ମନ୍ତବ୍ୟକୁ ଭୁଲ୍‌ ଆକାରରେ ପରିବେଷଣ କରାଯାଇଛି । ମୁଁ ଜଣେ ମଣିଷ ଯିଏ ସର୍ବଦା ଭଗବାନଙ୍କ ଉପରେ ଭରସା କରେ । ଦୟାକରି ମୋ ଉପରେ ଭରସା ରଖନ୍ତୁ ଯେ କାହାକୁ ଦୁଃଖ ପହଞ୍ଚାଇବା ଉଦ୍ଦେଶ୍ୟ ନଥିଲା । ସୂଚନାଯୋଗ୍ୟ ଏକ ୱେବ ଇଭେଣ୍ଟରେ ଶ୍ୱେତା କହିଥିଲେ ଯେ ‘ମୋ ବ୍ରା’ର ସାଇଜ୍‌ ଭଗବାନ ନେଉଛନ୍ତି । ଏହିି ବିବାଦୀୟ ମନ୍ତବ୍ୟ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥିଲା ।