ମୁମ୍ବାଇ: ବଲିଉଡ ଷ୍ଟାର ଅଭିନେତା ସଞ୍ଜୟ ଦତ୍ତ ଓ ସୁନୀଲ ସେଟ୍ଟୀ ପୁଣି ଏକ ବଡ ପରଦାରେ ଦର୍ଶକ ଦେଖିବାକୁ ପାଇବେ । ଦୀର୍ଘ ୧୨ ବର୍ଷ ପରେ ପୁଣି ଏହି ଯୋଡିଙ୍କୁ ଖୁବଶୀଘ୍ର ଦେଖିବାକୁ ମିଳିବ । ଉଭୟ ଶେଷଥର ପାଇଁ ଦୁହେଁ ୨୦୧୦ର ଫିଲ୍ମ ‘ନୋ ପ୍ରୋବ୍ଲେମ୍’ରେ ଏକାଠି ଅଭିନୟ କରିଥିଲେ । ସେହିପରି ସୁନୀଲ ସେଟ୍ଟୀ ମଧ୍ୟ ବହୁଦିନ ପରେ ସଞ୍ଚୟ ଦତ୍ତଙ୍କ ସହ କାମ କରିବାକୁ ନେଇ କହିଛନ୍ତି ।
ରିପୋର୍ଟ ଅନୁଯାୟୀ ନିର୍ଦ୍ଦେଶକ ସମୀର କାର୍ନିକଙ୍କ ଫିଲ୍ମରେ କରୁଛନ୍ତି । ଫିଲ୍ମର ନାଁ ଏପର୍ଯ୍ୟନ୍ତ ସ୍ଥିର ହୋଇ ନାହିଁ । ତେବେ ଏଥିରେ ସେ ଉଭୟ ସଞ୍ଜୟ ଓ ସୁନୀଲଙ୍କୁ ଅଭିନୟ କରିବା କଥା କୁହାଯାଉଛି ।