ସଂସଦ ବଜେଟ୍ ର ପ୍ରଥମ ଦିନ : ଆସିବ ଅର୍ଥନୈତିକ ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ :  ସଂସଦରେ ବଜେଟ ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟ ଲୋକସଭା ଓ ରାଜ୍ୟସଭା ସଦସ୍ୟଙ୍କୁ ସମ୍ବୋଧନ କରିବେ । ଏହି ଅଧିବେଶନରେ ବିରୋଧୀ ସରକାରଙ୍କୁ ଘେରିବାକୁ ଜୋରଦାର ପ୍ରସ୍ତୁତି କରିଛନ୍ତି । ମୁଦ୍ରାସ୍ପୀତି, ବେକାରୀ, ପେଗାସସ୍ ସମେତ ଚୀନ୍, ଏବଂ ଚାଷୀ ପ୍ରସଙ୍ଗରେ କେନ୍ଦ୍ରକୁ ଘେରିବାକୁ ମୁଖ୍ୟ ବିରୋଧୀ ଦଳ ଓ ଅନ୍ୟ ଦଳ ସଦସ୍ୟମାନେ ରଣନୀତି ପ୍ରସ୍ତୁତ କରିଛନ୍ତି ।

ଅଧିବେଶନରେ ପ୍ରବଳ ହଟ୍ଟଗୋଳ ହେବାର ସମ୍ଭାବନା ରହିଛି । ସେହିପରି ପୂର୍ବ ଲଦାଖରେ ଚୀନ୍ର ଅନୁପ୍ରବେଶ ଭଳି ପ୍ରସଙ୍ଗରେ ବିରୋଧୀ ଦଳମାନେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛନ୍ତି । ସଂସଦର ବଜେଟ୍ ଅଧିବେଶନର ପ୍ରଥମ ଦିନରେ ଆସିବ ଅର୍ଥନୈତିକ ସର୍ଭେ ରିପୋର୍ଟ । ଆଜି ୨୦୨୧-୨୨ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍ ।

ଅର୍ଥନୈତିକ ସର୍ଭେରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଦେଶର ଜିଡିପି ଅଭିବୃଦ୍ଧି ପାଖାପାଖି ୯ ପ୍ରତିଶତ ରହିବା ନେଇ ପୂର୍ବାନୁମାନ କରାଯାଉଛି । ନିକଟରେ ବିଶ୍ୱବ୍ୟାଙ୍କ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଦେଶର ଅଭିବୃଦ୍ଧି ୮ ଦଶମିକ ୭ ପ୍ରତିଶତ ରହିବା ସମ୍ଭାବନା ରହିଛି ।୨୦୨୦-୨୩ର ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଥର ବଜେଟ୍ ଅଧିବେଶନରେ ଅନେକ କଟକଣା ରଖାଯାଇଛି ।

ଅର୍ଥନୈତିକ ସର୍ଭେ ରିପୋର୍ଟ କ’ଣ ?

– ଅର୍ଥନୀତିର ବାର୍ଷିକ ରିପୋର୍ଟ କାର୍ଡ ହେଉଛି ଅର୍ଥନୈତିକ ସର୍ଭେ
– ପ୍ରତ୍ୟେକ କ୍ଷେତ୍ରର ଅଗ୍ରଗତି ସଂପର୍କରେ ସମୀକ୍ଷା କରାଯାଇଥାଏ
– ଭବିଷ୍ୟତ ପାଇଁ କ’ଣ ପଦକ୍ଷେପ ନେବାର ଆବଶ୍ୟକତା ରହଛି ସେନେଇ ପରାମର୍ଶ ଦିଆଯାଏ
– ଅର୍ଥ ମନ୍ତ୍ରାଳୟ ଅଧୀନ ଅର୍ଥନୈତିକ ବ୍ୟାପାର ବିଭାଗର ଅର୍ଥନୈତିକ ଶାଖା ରିପୋର୍ଟ ପ୍ରସ୍ତୁତ କରେ
– ରିପୋର୍ଟ ପ୍ରସ୍ତୁତ ପାଇଁ ଅର୍ଥନୈତିକ ପରାମର୍ଶଦାତା ଦିଗ୍ଦର୍ଶନ ଦେଇଥାନ୍ତି
– ପୂର୍ବ ଆର୍ଥିକ ବର୍ଷର ଆର୍ଥିକ ବିକାଶ ସଂପର୍କରେ ଏଥିରେ ବିଶ୍ଲେଷଣ କରାଯାଇଥାଏ
– ୧୯୬୪ ମସିହାରୁ ବଜେଟ୍ରୁ ଅର୍ଥନୈତିକ ସର୍ଭେକୁ ଅଲଗା କରାଯାଇଛି– ଅଧିବେଶନରେ ସାମାଜିକ ଦୂରତା ନିୟମ ପାଳନ କରାଯିବ
– ପ୍ରଥମ ଦୁଇ ଦିନରେ ଶୂନ୍ୟକାଳ କିମ୍ବା ପ୍ରଶ୍ନକାଳ ରହିବ ନାହିଁ
– ଲୋକସଭା ଏବଂ ରାଜ୍ୟସଭା ଭିନ୍ନ ଭିନ୍ନ ସମୟରେ ହେବ
– ରାଜ୍ୟସଭା ପୂର୍ବାହ୍ନ ୯ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଚାଲିବ
– ଲୋକସଭା ଅପରାହ୍ନ ୪ଟାରୁ ରାତି ୯ଟା ପର୍ଯ୍ୟନ୍ତ ଚାଲିବ
– ୧ ତାରିଖରେ ବଜେଟ୍ ଆଗତ କରିବେ ନିର୍ମଳା ସୀତାରମଣ
– ଏଥର ମଧ୍ୟ ଆଗତ ହେବ ପେପରଲେସ୍ ବଜେଟ୍
– ୟୁନିୟନ୍ ବଜେଟ୍ ଆପ୍ରେ ବଜେଟ୍ ଦେଖିପାରିବେ ସାଂସଦ
– କରୋନ ଯୋଗୁ ହୋଇନାହିଁ ପାରମ୍ପରିକ ହଲୱା ସେରିମନି
– ହଲୱା ବଦଳରେ ବଜେଟ୍ ପ୍ରସ୍ତୁତକାରୀ ଅଧିକାରୀଙ୍କୁ ଦିଆଯାଇଛି ମିଠା
– ବୁଧବାରଠାରୁ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା
– ୭ ତାରିଖରେ ବକ୍ତବ୍ୟ ରଖିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ