ବୃଦ୍ଧି ପାଉଛି ଆମେରିକାରେ ଓମିକ୍ରନ୍‌ ମୃତ୍ୟୁ

ୱାଶିଂଟନ: ସାରା ଦେଶରେ କୋଭିଡର ତାଣ୍ଡବ ରଚିଥିବାବେଳେ ଆମେରିକାର ମଧ୍ୟ ଏଥିରୁ ବାଦ ପଡିନି । ଆମେରିକାରେ ନୂଆ ଭାରିଆଣ୍ଟ ଓମିକ୍ରନରେ ଅନେକ ଜୀବନ ନେଇଛି । ଏକ ରିପୋର୍ଟ ଅନୁଯାୟୀ ଆମେରିକାରେ ଡେଲଟା ଅପେକ୍ଷା ନୂଆ ଭାରିଆଣ୍ଟ ଓମିକ୍ରନରେ ମୃତ୍ୟୁହାର ଅଧିକ ହୋଇଛି ବୋଲି ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ ଯେ, ସାରା ଦେଶରେ ଏବେ ଓମକ୍ରିନ କାୟାବିସ୍ତାର କରିଛି । ସେହିପରି ଅଧିକାଂଶ ଲୋକଙ୍କୁ ଓମକ୍ରିନ ସଂକ୍ରମଣ ଗୁରୁତର ଲକ୍ଷଣ ଦେଖାଯାଉନଥିଲେ ମଧ୍ୟ ଏହା ଅଧିକ ସଂକ୍ରାମକ ହୋଇଥିବାରୁ ଅଧିକ ଲୋକଙ୍କୁ ଆକ୍ରାନ୍ତ କରୁଛି ଓ ଅଧିକ ଲୋକ ମୃତ୍ୟୁବରଣ କରୁଛନ୍ତି । ସେହିପରି କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ଜନସ୍ୱାସ୍ଥ୍ୟ ପ୍ରଫେସର କହିଛନ୍ତି ଯେ ଓମିକ୍ରନ୍‌ ଯୋଗୁ ଆମେରିକାରେ ଏକ ନିୟୁତରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିବ । ତେଣୁ କିପରି ଏହି ମୃତ୍ୟୁସଂଖ୍ୟା କମାଇହେବ ତା’ ଉପରେ ତର୍ଜମା ହେବା ଆବଶ୍ୟକ ।