୪ ବେଆଇନ ଟ୍ରଲର ଜବତ, ୩୨ ଅଟକ

କୋଣାର୍କ : ପୁରୀ ଜିଲ୍ଲା ଅସ୍ତରଙ୍ଗ ଦେବୀ ନଦୀ ମୁହାଣ ମୁହାଣ ନିଷିଦ୍ଧାଞ୍ଚଳରୁ ବେଆଇନ୍ ଭାବେ ମାଛ ମାରୁଥିବା ବେଳେ ୪ଟି ଟ୍ରଲରକୁ ଜବତ ସହିତ ୩୨ଜଣ କର୍ମଚାରୀଙ୍କୁ ଅଟକ ରଖାଯାଇଛି ଅସ୍ତରଙ୍ଗ ନୂଆଗଡ ତଟରକ୍ଷୀ ବାହିନୀ ।

ଅଲିଭ କଇଁଛଙ୍କ ଅଣ୍ଡାଦାନ ସମୟ ହୋଇଥିବାରୁ ସମୁଦ୍ର ଭିତରୁ ମାଛ ଧରିବା ପାଇଁ ଟ୍ରଲରଗୁଡିକୁ ବାରଣ କରାଯାଇଥିଲା । କିନ୍ତୁ କିଛି ଟ୍ରଲର ମାଲିକ ଚୋରାରେ ନିଷିଦ୍ଧାଞ୍ଚଳରୁ ବେଆଇନ ଭାବେ ମାଛ ଧରୁଥିବା ନେଇ ପାଟ୍ରୋଲିଂ କରୁଥିବା ସମୟରେ ଖବର ପାଇଁ ଅସ୍ତରଙ୍ଗ ତଟରକ୍ଷୀ ବାହିନୀ, ବନ ବିଭାଗ ଓ ସାମୁଦ୍ରିକ ମତ୍ସ୍ୟ ବିଭାଗ ମିଳିତ ଚଢ଼ାଉ କରିଥିଲା ।ଜବତ ଟ୍ରଲର ଗୁଡ଼ିକ ମଧ୍ୟରୁ ୩ଟି ପାରାଦୀପ ଅଞ୍ଚଳର ହୋଇଥିବା ବେଳେ ଗୋଟିଏ ବାଲେଶ୍ୱର ଅଞ୍ଚଳର ବୋଲି ଜଣାପଡ଼ିଛି। ଜବତ ଟ୍ରଲର ଗୁଡିକୁ ସମୁଦ୍ରରୁ ଅସ୍ତରଙ୍ଗ ନୂଆଗଡ଼ ଜେଟିକୁ ଅଣାଯିବା ପରେ କାଗଜପତ୍ର ଯାଞ୍ଚ କରାଯାଇଛି।

ଚଢାଉ ବେଳେ ୪ଟି ଟ୍ରଲର ସହିତ ୩୨ ଜଣ ମତ୍ସ୍ୟଜୀବୀଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ଏପଟେ ଏହି ୪ଟି ଟ୍ରଲର ଭିତରୁ ଗୋଟିଏ ବାଲେଶ୍ବର ଅଞ୍ଚଳର ଥିବାବେଳେ ଅନ୍ୟ ୩ଟି ପାରାଦୀପର ବୋଲି ଜଣାପଡିଛି । ଏହି ଟ୍ରଲର ଭିତରେ ବିପୁଳ ପରିମାଣର ମାଛ ଥିବାର ସୂଚନା ମିଳିଛି ।