ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିବାଛି । କଟକଣା କୋହଳ କରୁଛନ୍ତି ସରକାର । ବଜାର, ସପିଂ ମଲ, ସିନେମା ହଲ୍ ଖୋଲିଛି । ହେଲେ ସ୍କୁଲ ଖୋଲିବା ନେଇ ଏପର୍ଯ୍ୟନ୍ତ ହୋଇନି ନିଷ୍ପତି । ଦୁଇ ବର୍ଷ ହେଲା ପିଲାଙ୍କ ପାଠପଢାରେ ଡୋରି ଲାଗିଛି । ପ୍ରଥମରୁ ପଂଚମ ଶ୍ରେଣୀ ପିଲା ଦୁଇ ବର୍ଷ ହେଲା ସ୍କୁଲକୁ ଯାଇନାହାନ୍ତି । ତେବେ କେବେ ସ୍କୁଲ ଖୋଲିବ, ସେନେଇ ଚିନ୍ତାରେ ଛାତ୍ରଛାତ୍ରୀ ଓ ଅଭିଭାବକ ।
ଆଗକୁ ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା ପାଇଁ ହାତରେ କମ୍ ସମୟ ଥିବାରୁ ସିଲାବସ୍ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ବାକି ସିଲାବସ୍ ପାଠପଢା କେବେ ସରିବ ଏବଂ କିଭଳି ପରୀକ୍ଷା ହେବ ତାହାକୁ ନେଇ ସମସ୍ତେ ଚିନ୍ତାରେ । କରୋନା ତୃତୀୟ ଲହର ଭୟରେ ମାସେ ହେଲା ସ୍କୁଲ ବନ୍ଦ ରହିଛି। ପାଠପଢ଼ା ହୋଇପାରୁନି । କେବେ ଖେଲିବ ଏବଂ ପାଠପଢ଼ା ହେବ, ତାହାକୁ ନେଇ କେହି ବି ମୁହଁ ଖୋଲୁନାହାନ୍ତି । ସ୍ଥିତି ଉପରେ ନଜର ରଖାଯାଇଛି । ଠିକ୍ ସମୟରେ ନିଷ୍ପତ୍ତି ନିଆଯିବ ବୋଲି ସରକାରୀ ଅଧିକାରୀମାନେ କହୁଥିଲେ ମଧ୍ୟ କାହାରି ପାଖରୁ ସ୍ପଷ୍ଟ ଉତ୍ତର ମିଳି ପାରୁନାହିଁ । ଯାହା ଏବେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଚିନ୍ତା ବଢ଼ାଇଛି । ଆଗକୁ ମାଟ୍ରିକ୍ ଓ ଯୁକ୍ତ୨ ପରୀକ୍ଷା । ହାତରେ ଆଉ କମ୍ ସମୟ ଥିବା ବେଳେ ସମ୍ପୂର୍ଣ୍ଣ ସିଲାବସ୍ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ଦଶମର ଅଧା ସିଲାବସ୍ ସରିଥିବା ବେଳେ ଯୁକ୍ତ୨ର ୬୦% ସରିଛି । ବାକି ସିଲାବସ୍ ପାଠପଢ଼ା କେବେ ସରିବ ଏବଂ କିଭଳି ଭାବେ ପରୀକ୍ଷା ହେବ ତାହାକୁ ନେଇ ସମସ୍ତେ ଚିନ୍ତାରେ ।