ନୂଆଦିଲ୍ଲୀ : ଜାନୁଆରୀ ମାସରେ ଜିଏସଟି ୧.୩୮ ଲକ୍ଷ କୋଟି ଟଙ୍କା ଛୁଇଁ ରେକର୍ଡ କରିଛି । ଗତ ବର୍ଷ ତୁଳନାରେ ଏଥିରେ ୧୫ ପ୍ରତିଶତ ବୃଦ୍ଧି ଘଟିଛି । ଜାନୁଆରୀ ୩୦ ସୁଦ୍ଧା ୧.୦୫ କୋଟି ଜିଏସ୍ଟିଆର-୩ବି ଫାଇଲ କରାଯାଇଛି । ଏହା ମଧ୍ୟରେ ୩୬ ଲକ୍ଷ ତୈ÷ମାସିକ ରିଟର୍ନ ସାମିଲ ଥିବା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି କ୍ରମାଗତ ୪ ମାସ ହେଲା ଜିଏସଟି ଆଦାୟ ୧.୩୦ ଲକ୍ଷ କୋଟି ଟଙ୍କା ପାର କରୁଛି ।
ଜାନୁଆରୀରେ ଆଦାୟ ହୋଇଥିବା ମୋଟ ଜିଏସ୍ଟି ମଧ୍ୟରେ କେନ୍ଦ୍ର ଜିଏସଟି ବାବଦ ୨୪,୬୭୪ କୋଟି, ୭୨,୦୩୦ କୋଟି ଟଙ୍କାର ସମନ୍ୱିତ ଜିଏସଟି, ୩୨,୦୧୬ କୋଟି ଟଙ୍କାର ରାଜ୍ୟ ଜିଏସ୍ଟି ଏବଂ ୯, ୬୭୪ କୋଟି ଟଙ୍କାର ସେସ ସାମିଲ ରହିଛି । ସୂଚନାଯୋଗ୍ୟ ଯେ, ୨୦୨୧ରେ କେନ୍ଦ୍ର ସର୍ବାଧିକ ୧.୩୯ ଲକ୍ଷ କୋଟି ଟଙ୍କାର ଜିଏସଟି ଆଦାୟ କରିବାକୁ ସକ୍ଷମ ହୋଇଥିଲେ । ସେହିପରି ୨୦୨୦ ତୁଳନାରେ ଜିଏସ୍ଟି ଆଦାୟ ୨୫% ଉପରେ ରହିଛି ।