ଶସ୍ତା ହେଲା ଏଲପିଜି ସିଲିଣ୍ଡର

ନୂଆଦିଲ୍ଲୀ : ଆଗକୁ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । କେନ୍ଦ୍ର ସରକାର ନିର୍ବାଚନ ପୂର୍ବରୁ ଏକ ବଡ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । କମରସିଆଲ ବା ବାଣିଜ୍ୟିକ ଉଦ୍ଦେଶ୍ୟରେ ବ୍ୟବହୃତ ଏଲପିଜି ସିଲିଣ୍ଡର ଶସ୍ତା ହୋଇଛି ।

ଏଲପିଜି ସିଲିଣ୍ଡରର ଦାମ୍‌ ପିଛା ୯୧ ଟଙ୍କା ୫୦ ପଇସା ହ୍ରାସ ହେବା ସହ ଏହି ନୂଆ ଦର ୧ ତାରିଖଠୁ ଲାଗୁ ହୋଇଛି । ଏନେଇ ତୈଳ କମ୍ପାନୀମାନେ ସୂଚନା ଦେଇଛନ୍ତି । ସେହିପରି ସବସିଡି ଯୁକ୍ତ ଘରୋଇ ଗ୍ୟାସ୍‌ ସିଲିଣ୍ଡର ଦାମ ମଧ୍ୟ ହ୍ରାସ ପାଇଛି । ଅନ୍ୟପକ୍ଷରେ ବିନା ସବସିଡି ଯୁକ୍ତ ରନ୍ଧନ ଗ୍ୟାସ ଦରରେ କୌଣସି ପରବର୍ତ୍ତନ ହୋଇନାହିଁ ।