ଝାଡଖଣ୍ଡ କୋଇଲା ଖଣିରେ ଦୁର୍ଘଟଣାରେ ୧୩ ମୃତ

ନୂଆଦିଲ୍ଲୀ : ଝାଡଖଣ୍ଡ ଧାନବାଡ ଜିଲ୍ଲାର ଥିବା ଏକ କୋଇଲା ଖଣିରେ ଦୁର୍ଘଟଣା ୧୩ ମୃତବରଣ କରିବା ଅନେକ ଆହତ ମଧ୍ୟ ହୋଇଛନ୍ତି । ଏନେଇ ପୋଲିସ ଓ ପ୍ରଶାସନ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଖଣିରେ ବେଆଇନ ଖନନ କରାଯାଉଥିବାବେଳେ କୋଇଲା ୨୦ ଫୁଟ ତଳକୁ ଧସି ପଡିଥିଲା । ଯାହା ଫଳରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି ।

ସେହିପରି ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି । ଏନେଇ ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି ।