ନୂଆଦିଲ୍ଲୀ : ଏସଏସ ରାଜମୌଲିଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ଆରଆରଆର ଖୁବଶୀଘ୍ର ପ୍ରେକ୍ଷାଳୟକୁ ଆସିବ । ଏନେଇ ରିଲିଜ୍ ଡେଟ ମଧ୍ୟ ଘୋଷଣା ହୋଇସାରିଛି । ଫିଲ୍ମ ନିର୍ମାତା ଏହାର ନୂତନ ତାରିଖ ଘୋଷଣା କରିଛନ୍ତି । ଜୁନିୟର ଏନଟିଆର-ରାମଚରଣଙ୍କ ଅଭିନୀତ ଆରଆରଆର ଆସନ୍ତା ମାର୍ଚ୍ଚ ୨୫ରେ ରିଲିଜ ହେବ । ଏନେଇ ଫିଲ୍ମ ଟ୍ୱିଟର ଜରିଆରେ ଏହି ସୂଚନା ଦେଇଛନ୍ତି ।
ସେହିପରି ବିଗ ବଜେଟ ଫିଲ୍ମ ବକ୍ସଅଫିସରେ ଭଲ ବ୍ୟବସାୟ କରିବ ବୋଲି ନିର୍ମାତା ଆଶାବ୍ୟକ୍ତ କରିଛନ୍ତି । ଏହି ଚଳଚ୍ଚିତ୍ରରେ ଜୁନିୟର ଏନଟିଆର ଏବଂ ରାମଚରଣଙ୍କ ସହ ବଲିଉଡ ଅଭିନେତା ଅଜୟ ଦେବଗନ ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟ ନଜର ଆସିବେ । ସୂଚନାଯୋଗ୍ୟ ଯେ, ଏହି ଫିଲ୍ମ ଜାନୁଆରୀ ୭ରେ ରିଲିଜ୍ ହେବାର ହୋଇଥାନ୍ତ କିନ୍ତୁ କୋଭିଡ ଲହରକୁ ଦେଖି ରିଲିଜ୍ ତାରିଖ ପରିବର୍ତ୍ତନ କରାଯାଇଥିଲା । ଅନ୍ୟପକ୍ଷରେ ଏହି ଫିଲ୍ମ ରିଲିଜ୍ ହେବା ପୂର୍ବରୁ ୮୯୦ କୋଟି ଟଙ୍କାର ବ୍ୟବସାୟ କରି ସାରିଲାଣି । ତେବେ ନିର୍ମାତା ଆଶା ରଖିଛନ୍ତି ଯେ ଆରଆରଆର ସହ ରେକର୍ଡ ଭାଙ୍ଗି ସବୁଠୁ ଅଧିକ ଆୟକାରୀ ଫିଲ୍ମ ହେବ ।