ବସ୍‌ ଧକ୍କାରେ ଦୁଇ ମୃତ୍ୟୁ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ତଲସରା ଥାନା ଶାବବାହାଲ ଲମଟି ଘାଟିରେ ଏକ ମର୍ମନ୍ତୁଦ ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ୍‌ ଓ ବାଇକ ଧକ୍କାରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହାତ ହୋଇଛନ୍ତି । ଗୁରୁତର ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଏକ ଘରୋଇ ବସ୍‌ ସୁନ୍ଦରଗଡ଼ରୁ ଝାଡ଼ଖଣ୍ଡ ଯାଉଥିଲା । ଏହି ସମୟରେ ଶାଗବାହାଲ ଲମଟି ଘାଟିରେ ବାଇକ ମଧ୍ୟରେ ଦୁର୍ଘଟଣା ଘଟି ଦୁଇଜଣଙ୍କ ମୃତ୍ୟୁ ହୋଇଥିଲା । ସମସ୍ତ ମୃତାହତ ଶାଗବାହାଲ ମୁଶାକଟା ଗ୍ରାମର ବୋଲି ଜଣାପଡିଛି । ଅନ୍ୟପକ୍ଷରେ ଦୁର୍ଘଟଣାସ୍ଥଳରେ ଲୋକଙ୍କ ଉତ୍ତେଜନା ବୃଦ୍ଧି ପାଇଥିଲା