ପୁଣି ଶିଶୁ କନ୍ୟା ଅଲୋଡା

ଚିକିତ୍ସାଳୟ ଶୌଚାଳୟରୁ ଉଦ୍ଧାର ହେଲା ନବଜାତକ

ପୁରୀ : ପୁଣି ଶିଶୁ କନ୍ୟା ଅଲୋଡା ହେଲା । ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ଶୌଚାଳୟରୁ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ନବଜାତ ଶିଶୁ କନ୍ୟାକୁ ଛାଡି ପଳାଇଛି ମା’ । ଉଦ୍ଧାର ଶିଶୁ କନ୍ୟାଟି ଗୁରୁତର ରହିଛି । ସେ ଚିକିତ୍ସାଧୀନ ରହିଛି । ଶିଶୁ କନ୍ୟାଟିକୁ ଛାଡି ପଳାଇଥିବା ମହିଳା ଜଣଙ୍କ କିଏ ଏବଂ ସେ କାହିଁକି ଶିଶୁଟିକୁ ଏମିତି ଛାଡି ପଳାଇଲେ ତାହା ସ୍ପଷ୍ଟ ହୋଇନାହିଁ ।