ପରିବାରର ବିରୋଧ ସତ୍ତ୍ୱେ ପୀଡ଼ିତାଙ୍କୁ ପୋଡ଼ିଦେଲା ପୋଲିସ୍!

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ହଥରାସର ୧୯ ବର୍ଷୀୟ ଦଳିତ ଯୁବତୀଙ୍କ ଗଣଦୁଷ୍କର୍ମ ପରେ ମୃତ୍ୟୁ ଘଟଣା ଏବେ ଦେଶବ୍ୟାପୀ ଚର୍ଚ୍ଚାରେ। ମାମଲାର ସ୍ପର୍ଶକାତରତାକୁ ହୃଦୟଙ୍ଗମ କରି ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଏନେଇ କଥା ହୋଇଛନ୍ତି। ଇତିମଧ୍ୟରେ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ପରିବାର ଲୋକଙ୍କୁ ଅଟକ ରଖି ତରବରିଆ ଭାବେ ରାତି ୨.୪୫ରେ ପୀଡ଼ିତାଙ୍କ ଶବ ସତ୍କାର କରିଛି ପୋଲିସ। କେଉଁ ବାଧ୍ୟବାଧକତାର ବଶବର୍ତ୍ତୀ ପୋଲିସ ଏପରି କଲା, ଏନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Hathras Gang-Rape Case: Victim's last rites performed at her native place

ଇଣ୍ଡିଆ ଟୁଡେ ପ୍ରତିନିଧି ତନୁଶ୍ରୀ ପାଣ୍ଡେ ଟ୍ୱିଟରରେ ଏ ସମସ୍ତ ଘଟଣାର ଲାଇଭ ଚିତ୍ର ପୋଷ୍ଟ କରିଛନ୍ତି। ସୂଚନା ମୁତାବକ ପ୍ରାୟ ରାତି ୧ଟା ବେଳେ ପୀଡ଼ିତାଙ୍କ ମୃତଦେହ ନେଇ ଆସୁଥିବା ଆମ୍ବୁଲାନ୍ସ ତାଙ୍କ ଗାଁରେ ପହଞ୍ଚିଥିଲା। ତେବେ ପୀଡ଼ିତାଙ୍କ ପରିବାରକୁ ଶବ ହସ୍ତାନ୍ତର ନକରି ସିଧା ଅନ୍ୟ ଜାଗାକୁ ଆମ୍ବୁଲାନ୍ସ ନେଇ ଯାଇଥିଲା ପୋଲିସ। ପୀଡ଼ିତାଙ୍କ ଗ୍ରାମର ୧୫୦ରୁ ଉର୍ଦ୍ଧ୍ୱ ଲୋକ ଏବଂ ପରିବାର ଆମ୍ବୁଲାନ୍ସକୁ ଅଟକାଇଥିଲେ। ଝିଅର ଶବକୁ ଥରେ ଘରକୁ ନେବାକୁ କାନ୍ଦି କାନ୍ଦି ପୋଲିସ ଆଗରେ ଅନୁରୋଧ କରିଥିଲେ ପୀଡ଼ିତାଙ୍କ ମା, ବାପା ଏବଂ ଭାଇ। ହେଲେ ଉପସ୍ଥିତ ପୋଲିସ ଅଧିକାରୀ ଏସବୁ ଶୁଣିନଥିଲେ।

ପରିବାର ଏବଂ ଗ୍ରାମବାସୀ ତରବରିଆ ଶବ ଦାହକୁ ବିରୋଧ କରୁଥିବା ବେଳେ ଆମ ସଂସ୍କୃତିରେ ମଲା ଶବ ବେଶୀ ସମୟ ରଖାଯାଏନି କହି ପୋଲିସ ନିଜେ ପୀଡ଼ିତାଙ୍କ ସବ ସତ୍କାର କରିଥିଲା। ଏପରିକି ବାଲ୍ମିକୀ ଜାତିଙ୍କ ପାଇଁ ଉଦ୍ଦିଷ୍ଟ ଶ୍ମଶାନ ବଦଳରେ ଏକ ଖୋଲା ଜାଗାରେ କାଠ ଗଣ୍ଡି ଏକତ୍ରିତ କରି ପୀଡ଼ିତାଙ୍କ ସବକୁ ଅଗ୍ନୀ ସଂଯୋଗ କରିଥିଲା ପୋଲିସ। ସେ ସମୟରେ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଘରେ ବନ୍ଦ କରିଦିଆଯାଇଥିଲା। ଏବଂ ହାତରେ ଲାଠି ଓ ବ୍ୟାରିକେଡ଼ ଧରି ସେମାନଙ୍କୁ ଚାରିପଟୁ ଘେରି ଯାଇଥିଲେ ୧୦୦ରୁ ଉର୍ଦ୍ଧ୍ୱ ପୋଲିସ କର୍ମୀ। ଅନ୍ୟପଟେ ପରିବାର ଲୋକଙ୍କ ଉପସ୍ଥିତି ଏବଂ ସହମତିରେ ଶବ ସତ୍କାର କରାଯାଇଥିବା ଜିଲ୍ଲାପାଳ କହିଛନ୍ତି। ହେଲେ ପରିବାର ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି।

Hathras Rape Case News: Hathras Gang Rape Case Uproar Over Victim Funeral  In Night Women Lying In Front Of Ambulance Heavy Police Deployment In  Hatras - Hathras Gang Rape Case: परिवार का

ଏପଟେ ଘଟଣାର ତଦନ୍ତ ପାଇଁ ଏକ ଏସଆଇଟି ଟିମ୍ ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ୭ ଦିନ ମଧ୍ୟରେ ସେମାନଙ୍କୁ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି। ମାମଲାଟିକୁ ଫାଷ୍ଟ ଟ୍ରାକ କୋର୍ଟକୁ ଆଣିବା ଲାଗି ମଧ୍ୟ ପ୍ରୟାସ ଆରମ୍ଭ ହୋଇଛି। ଅନ୍ୟପଟେ ବିରୋଧୀ ଦଳ ଏହି ଘଟଣାରେ ଯୋଗୀଙ୍କୁ ଟାର୍ଗେଟ କରିବା ସହ ଇସ୍ତଫା ଦାବି କରିଛନ୍ତି। ସୋସିଆଲ୍ ମିଡ଼ିଆରେ ମଧ୍ୟ ବହୁ ବିଶିଷ୍ଟ ବ୍ୟକ୍ତି ମଧ୍ୟ ପୀଡ଼ିତାଙ୍କ ପାଇଁ ନ୍ୟାୟ ଦାବି କରିଛନ୍ତି।

ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ୧୪ ତାରିଖରେ ୟୁପି ହଥରାସର ଏହି ଦଳିତ ଯୁବତୀ ଗୃହପାଳିତ ପଶୁଙ୍କ ପାଇଁ ଖାଦ୍ୟ ଆଣିବାକୁ ଯାାଇଥିବା ବେଳେ ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା। ଉଚ୍ଚ ଜାତିର ୪ ଜଣ ବ୍ୟକ୍ତି ତାଙ୍କ ସହ ଏଭଳି ଜଘନ୍ୟ କାଣ୍ଡ ଭିଆଇଥିବା ପୀଡ଼ିତା ନିଜ ବୟାନରେ ଦର୍ଶାଇଛନ୍ତି। ଏପରିକି ଗଣଦୁଷ୍କର୍ମ ପରେ ପୀଡ଼ିତାଙ୍କ ଜିଭ କାଟି ଦିଆଯାଇଥିଲା। ତାଙ୍କ ମେରୁଅସ୍ଥୀ ମଧ୍ୟ ଭିଷଣ ଭାବରେ ଆଘାତ ପାଇଥିଲା। ଡାକ୍ତରଙ୍କ ବହୁ ପ୍ରଚେଷ୍ଟା ସତ୍ତ୍ୱେ ମନିଷା ଗତକାଲି ଦିଲ୍ଲୀ ସଫଦରଜଙ୍ଗ ହସ୍ପିଟାଲରେ ଜୀବନ ହାରିଥିଲେ।