ମାସ୍କ ଦୁର୍ନୀତି: ଦୋଷୀ ସାବ୍ଯସ୍ତ ହେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର (ଏସ୍ ନ୍ଯୁଜ): ମାସ୍କ ଦୁର୍ନୀତି ପ୍ରସଙ୍ଗକୁ ନେଇ ଗୃହରେ ବିବୃତି ରଖିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ। ସେ କହିଛନ୍ତି ଯେ,ଲୋକୟୁକ୍ତଙ୍କ ପାଖରେ ବିଚାରାଧୀନ ଅଛି। ଯିଏ ଦୋଷୀ ତାଙ୍କୁ ରାଜ୍ୟ ସରକାର ଦଣ୍ଡ ଦେବେ। ମାସ୍କ ଦୁର୍ନୀତି ପ୍ରସଙ୍ଗରେ ଗତକାଲି ସରକାରଙ୍କୁ ବିରୋଧୀ ପ୍ରଶ୍ନ କରିଥିବା ବେଳେ ଆଜି ଗୃହରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ।

ମୁଲତବୀ ନୋଟିସ ଉପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ବିବୃତି ଦେଇ କହିଛନ୍ତି ଅନ୍ୟ ରାଜ୍ୟ ତୁଳନାରେ ଓଡିଶା ନିୟନ୍ତ୍ରଣ ଭିତରେ ରହିଛି। ରାଜ୍ୟରେ ମୋଟ ସକ୍ରିୟ ସଂଖ୍ୟା ୩୬ ହଜାରରୁ ଅଧିକ ରହିଛି । ରାଜ୍ୟରେ ୨୯ ହଜାର କରୋନା ରୋଗୀ ଆଇସୋଲେସନରେ ଅଛନ୍ତି, ୭୩୪୮ ରୋଗୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଯଦି ସରକାର ବିଫଳ ତେବେ ରୋଗୀ ସୁସ୍ଥ କିପରି ହେଉଛନ୍ତି। ମୃତ୍ୟୁ ହାର ୧.୬୦ ଥିବା ବେଳେ ଓଡ଼ିଶାରେ ୦.୩୮।ଲାକଡାଉନ ଯୋଗୁଁ ସଂକ୍ରମଣ ନିୟନ୍ତ୍ରରେ ଥିଲା।କିନ୍ତୁ ପ୍ରବାସୀ ଫେରିବା ପରେ ବଢିଥିଲା। ରୋଗୀଙ୍କ ଚିକିତ୍ସା ପାଇଁ ତ୍ରିସ୍ତରୀୟ ଚିକିତ୍ସା ବ୍ୟବସ୍ଥା କରାଯାଇଥିଲା। କୋଭିଡ କିଟ କ୍ରୟ ରେ ଦୁର୍ନୀତି ଅଭିଯୋଗ ଆସିଥିଲା।ଦୁର୍ନୀତି ଅଭିଯୋଗ ବିଚାର୍ରାଧୀନ ରହିଛି।ତଦନ୍ତ ଚାଲିଛି ।ଯିଏ ଦୋଷୀ ହେବ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଛନ୍ତି ।