ବିଧାନସଭା: ଆଜି ବି ସରକାରଙ୍କୁ ଘେରିଲେ ବିରୋଧୀ

ଭୁବନେଶ୍ୱର(ଏସ୍ ନ୍ୟୁଜ): ସ୍ୱାଭାବିକ ଭାବେ ଆରମ୍ଭ ହୋଇଛି ଦ୍ୱିତୀୟ ଦିନର ବିଧାନସଭା କାର୍ଯ୍ୟ। ହେଲେ ପ୍ରଥମ ଦିନ ଭଳି ସରକାରଙ୍କୁ ପୁଣିଥରେ ବିଭିନ୍ନ ପ୍ରସଙ୍ଗ ଉଠାଇ ଟାର୍ଗେଟ କରିଛନ୍ତି ବିରୋଧୀ। ବିଶେଷ କରି ଗୃହରେ ପ୍ରଶ୍ନକାଳ ବାତିଲକୁ ନେଇ ବାଚସ୍ପତିଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ବିଜେପି ଏବଂ କଂଗ୍ରେସ ।

ଆରମ୍ଭ ହେଲା ଗୃହ କାର୍ଯ୍ୟ।ପ୍ରଥମ ଘଣ୍ଟାରେ ପ୍ରଶ୍ନକାଳ ନାହିଁ। ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ସମସ୍ୟା ନ ଉଠାଇ ରାଜ୍ୟ ଓ ଦେଶର ବିଭିନ୍ନ ପ୍ରସଙ୍ଗ ଉଠାଇବାକୁ ପରାମର୍ଶ।ଜଣେ ଲେଖାଏଁ ସଦସ୍ୟ ୭ ରୁ ୮ ମିନିଟ କହିବାକୁ ବାଚସ୍ପତିଙ୍କ ପରାମର୍ଶ। ପ୍ରଶ୍ନକାଳ ବାତିଲ ନିଷ୍ପତିକୁ କଂଗ୍ରେସ ବିଧାୟକଦଳ ନେତାଙ୍କ ବିରୋଧ।ଏହା ଗ୍ରହଣୀୟ ନୁହେଁ।ଆମ ଅଧିକାର କ୍ଷୁର୍ଣ୍ଣ ହେଉଛି କହିଲେ ବିରୋଧୀ ।

କୋଭିଡ ସମୟରେ ବଲାଙ୍ଗୀର କୋଭିଡ ସେଣ୍ଟରରେ ମହିଳା ଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଘଟଣାର ତଦନ୍ତ ହେଲାନାହିଁ। କିନ୍ତୁ ସମ୍ପୃକ୍ତ ଡାକ୍ତର ଙ୍କୁ ବଦଳି କରାଗଲା। ଘଟଣା ର ଅନୁସନ୍ଧାନ କରନ୍ତୁ। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ।ଏପରିକି ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ, ବ୍ୟାପକ ଦୁର୍ନୀତି, କୋରନା ସ୍ଥିତି ବିଗିଡିବା,ଡ୍ରଗସ ମାଫିଆ ସକ୍ରିୟ,ବେକାରୀ ଓ ଦାଦନ ସମସ୍ୟା ଉଠାଇ ସରକାରଙ୍କ ଉପରେ ବର୍ଷିଲେ ନରସିଂହ ମିଶ୍ର।
ଅନ୍ୟପଟେ ପ୍ରଶ୍ନକାଳ ବାତିଲ ପ୍ରସଙ୍ଗରେ ଗୃହରେ ଉଦବେଗ ପ୍ରକାଶ କଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ବାଚସ୍ପତି ଗୃହରେ ଚେୟାର ବସି ପ୍ରଶ୍ନକାଳ ବାତିଲ ହେଲା ବୋଲି କହିପାରିଥାନ୍ତେ । କିନ୍ତୁ ଘରେ ବସି କହିଲେ । ଯାହା ବିଧିକୁ ଖୁର୍ଣ୍ଣ କରୁଛି।ଲିଖିତ ପ୍ରଶ୍ନ ନ ମାଗିବାରୁ କ୍ଷୋଭ ପ୍ରକାଶ କଲେ ବିରୋଧୀ ଦଳ ନେତା। ଏହା ପରମ୍ପରା ବିରୋଧୀ। ବିଲ ଭଳି ବିଷୟକୁ ସଂଗେ ସଂଗେ ପାସ କରିବାକୁ ନାପସନ୍ଦ କଲେ ବିରୋଧୀ ଦଳ ନେତା।

ପ୍ରବାସୀ ଶ୍ରମିକଙ୍କ କଥା ଉଠାଇଲେ ଓ ତାଙ୍କୁ ରାଜ୍ୟରେ ସରକାର ରଖିପାରିଲେନି। କାମ ଦେଇପାରିଲେନି। ବାହାର କମ୍ପାନୀ 80 ପ୍ରତିଶତ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବା କଥା। କିନ୍ତୁ ତାହା ମିଳୁନି। ଓଡ଼ିଶାରେ ପ୍ଲାଷ୍ଟିକ କାରଖାନା ଟିଏ ନାହିଁ। ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି।

ଏହାସହ ବିଶ୍ୱବିଦ୍ୟାଳୟ ବିଲକୁ ବିରୋଧ।ପ୍ରବାସୀ ଓଡ଼ିଆଙ୍କୁ କାମ ନ ମିଳିବା ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ସାଢେ ୧୬ ଲକ୍ଷ ଲୋକଙ୍କୁ କୌଣସି କାମ ଯୋଗାଇ ପାରି ନାହାନ୍ତି ସରକାର। ଜଳ ସେଚନରେ ବିଫଳ ହୋଇଛନ୍ତି। କୋଭିଡ ସମୟରେ ସାରା ରାଜ୍ୟରେ ପ୍ରବାସୀ ମାନେ ଫେରିଥିଲେ କିନ୍ତୁ ଯେପରି ରଖିବା କଥା ସରକାର ରଖିପାରିଲେନି ।ବାହାର ରାଜ୍ୟକୁ ଗଲେ କାମ ମିଳିବ ବୋଲି ବିଶ୍ୱାସ ରଖି ଯାଉଛନ୍ତି। ଓଡ଼ିଶାରେ ଫ୍ୟାକ୍ଟ୍ରିଟେ ହୋଇ ପାରିଲାନି।ସାମାନ୍ୟ ଜିନିଷ ପାଇଁ ଅନ୍ୟ ଉପରେ ନିର୍ଭର କରିବାକୁ ପଡୁଛି।ରାଜ୍ୟର କର୍ମସଂସ୍ଥାନ ସୁଯୋଗ ସୃଷ୍ଟି ହୋଇ ନପାରିଥିବା କହି ସମାଲୋଚନା କଲେ ବିରୋଧୀଦଳ ନେତା।କର୍ମ ସଂସ୍ଥାନ ଯୋଗାଇଥିଲେ ବାହାରକୁ ଯାଇନଥାନ୍ତେ ଓଡିଶା ଲୋକ। ୧୬ ଲକ୍ଷ ଯୁବକ ଯୁବତୀ କାମ ନପାଇ ବେକାର ହୋଇ ବୁଲୁଛନ୍ତି।

ସେହିପରି କୋଭିଡ ପରିଚାଳନା ନେଇ ପ୍ରଶ୍ନ ଉଠାଇଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା। କରୋନା ପ୍ରସଙ୍ଗରେ ତଥ୍ୟ ଲୁଚାଉଛନ୍ତି ସରକାର।ପ୍ରଶ୍ନ ପଚାରାଯାଉଥଲେ ବି ତଥ୍ୟ ସଂଗ୍ରହ କରାଯାଉଛି କହୁଛନ୍ତି ସରକାର। ଲୋକ ମରୁଛନ୍ତି କିନ୍ତୁ ସରକାର ତଥ୍ୟ ଲୁଚାଉଛନ୍ତି।ପ୍ରତିଦିନ ୧୦ ହଜାର ଲୋକ ସଂକ୍ରମିତ ହେଉଛନ୍ତି।ସରକାର କହୁଛନ୍ତି ୩ ହଜାର ରୁ ୪ ହଜାର।ଟେଷ୍ଟ କମୁଛି।ବିଧାନସଭାରେ ପ୍ରଥମ ଦିନରେ ୭୫୭ ହେଲା ୧୩୬ ପଜିଟିଭ।ଦ୍ୱିତୀୟ ଦିନରେ ୪୮ ପଜିଟିଭ।ମୋଟ ୧୦୩୭ ଟେଷ୍ଟ ହୋଇଥିଲା ୧୮୪ ପଜିଟିଭ।ଯାହାକି ହାରାହାରି ୧୮ ପ୍ରତିଶତ ପଜିଟିଭ।ଏହି ତଥ୍ୟକୁ ଦେଖିଲେ ୭୨ ଲକ୍ଷ ଲୋକ ପଜିଟିଭ ବାହାରିବେ।କିନ୍ତୁ ସରକାର ତଥ୍ୟ ଲୁଚାଉଛନ୍ତୁ।କେତେ ଟିଏମସି ହେଲା,କେତେ ଖର୍ଚ୍ଚ ହେଲା,ଟିଏମସି ରେ କେତେ ଟେଷ୍ଟ ହେଲା ସେ ତଥ୍ୟ ଦେଉନାହାନ୍ତି। ପ୍ରତି ବ୍ଲକରେ ଦୈନିକ ୫୦୦ ଓ ଜିଲ୍ଲାରେ ୫ହଜାର କୋଭିଡ ପରୀକ୍ଷା କରିବାକୁ ଗୃହରେ ଦାବି କଲେ କଂଗ୍ରେସ ବିଧାୟକ ସଂନ୍ତୋଷ ସିଂ ସାଲୁଜା।