ପୁଣି ୩୪୪୩ ପଜିଟିଭ୍, ୧୪ ମୃତ

ଭୁବନେଶ୍ୱର(ଏସ୍ ନ୍ୟୁଜ): ରାଜ୍ୟରେ ୨୪ ଘଣ୍ଟାରେ ୩୪୪୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୧୯ ହଜାର ୧୧୯ ଛୁଇଁଛି। ସେହିଭଳି ପୁଣି ୧୪ ଆକ୍ରାନ୍ତଙ୍କର ପ୍ରାଣହାନୀ ହୋଇଥିବା ବେଳେ ମୋଟ ମୃତକଙ୍କ ସଂଖ୍ୟା ୮୪୨କୁ ବୃଦ୍ଧି ପାଇଛି।

ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୦୧୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଏବଂ ୧୪୨୬ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୦୧ ପଜିଟିଭ୍ ବାହାରିଥିବା ବେଳେ କଟକରୁ ୩୫୯, ବାଲେଶ୍ୱରରୁ ୧୫୨, ମୟୁରଭଞ୍ଜରୁ ୧୪୧, ପୁରୀରୁ ୧୩୨, ଯାଜପୁରରୁ ୧୩୦, ବଲାଙ୍ଗୀରରୁ ୧୧୪, ବରଗଡ଼ରୁ ୧୧୧, କନ୍ଧମାଳରୁ ୧୦୩, କେନ୍ଦ୍ରାପଡ଼ାରୁ ୧୦୧, ଅନୁଗୋଳରୁ ୧୦୦ ଏବଂ କେନ୍ଦ୍ରୀୟ ସୁରକ୍ଷା ବଳରୁ ୧୫୪ ଜଣ ସଂକ୍ରମିତ ବାହାରିଛନ୍ତି।

ରାଜ୍ୟରେ ବର୍ତ୍ତମାନ ୩୬ ହଜାର ୭୪୩ ଆକ୍ଟିଭ୍ ମାମଲା ରହିଥିବା ବେଳେ ମୋଟ ୧ ଲକ୍ଷ ୮୧ ହଜାର ୪୮୧ ଜଣ ସୁସ୍ଥଲାଭ କରିଛନ୍ତି। ଏପର୍ଯ୍ୟନ୍ତ ୩୨ ଲକ୍ଷ ୫୦ ହଜାର ୯୯୯ଟି ସାମ୍ପୁଲ୍ ପରୀକ୍ଷା ସରିଛି।