ଅଣ୍ଡର -୧୯ ବିଶ୍ୱକପ: ଦଳକୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଇଂଲଣ୍ଡକୁ ହରାଇ ଭାରତ ପଞ୍ଚମ ଥର ପାଇଁ ଅଣ୍ଡର -୧୯ ବିଶ୍ୱକପ ଜିତିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ଅଣ୍ଡର -୧୯ କ୍ରିକେଟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। 

ପ୍ରଧାନମନ୍ତ୍ରୀ କହିଛନ୍ତି “ଆମର ଯୁବ କ୍ରିକେଟରଙ୍କ ପାଇଁ ଅତ୍ୟଧିକ ଗର୍ବିତ । ସେ ଏହା ମଧ୍ୟ କହିଛନ୍ତି ଯେ ଟୁର୍ନାମେଣ୍ଟ ମାଧ୍ୟମରେ ସେମାନେ ବହୁତ ଦୃଢତା ପ୍ରଦର୍ଶନ କରିଛନ୍ତି । ସର୍ବୋଚ୍ଚ ସ୍ତରରେ ସେମାନଙ୍କର ଚମତ୍କାର ପ୍ରଦର୍ଶନ ଦର୍ଶାଉଛି ଯେ ଭାରତୀୟ କ୍ରିକେଟ୍ ର ଭବିଷ୍ୟତ ସୁରକ୍ଷିତ ଏବଂ ସମର୍ଥ ହାତରେ ଅଛି। ” ଏହା ପଞ୍ଚମ ଥର ପାଇଁ ଭାରତୀୟ ଯୁବ ଦଳ ଆଇସିସି ଅଣ୍ଡର -୧୯ ବିଶ୍ୱକପ ଜିତିଛନ୍ତି । ଏହାପୂର୍ବରୁ, ୨୦୦୦, ୨୦୦୮, ୨୦୧୨ ଏବଂ ୨୦୨୦ ରେ ଭାରତ ଏହି ଟୁର୍ନାମେଣ୍ଟ ଜିତିଥିଲା। ଅନ୍ୟପକ୍ଷରେ, ଇଂଲଣ୍ଡ ୧୯୯୮ ମସିହାରୁ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଥିଲା । ଯେତେବେଳେ ସେମାନେ ପ୍ରଥମ ଥର ପାଇଁ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିଥିଲେ ଏବଂ ଟାଇଟଲ୍ ପାଇଥିଲେ। ପ୍ରତ୍ୟେକ ଖେଳାଳିଙ୍କୁ ୪୦ ଲକ୍ଷ ଟଙ୍କା ମିଳିବବେଳେ ସପୋର୍ଟ ଷ୍ଟାଫ୍ ସଦସ୍ୟମାନେ ୨୦ ଲକ୍ଷ ଟଙ୍କା ପାଇବେ ବୋଲି ଘୋଷଣା ହୋଇଛି। ସେହିଭଳି ଯୁବ ଭାରତୀୟ ଦଳର ଏହି ପ୍ରଦର୍ଶନ ପରେ ବିସିସିଆଇ ସଚିବ ଜୟ ଶାହା ଖେଳାଳି ତଥା ସପୋର୍ଟ ଷ୍ଟାଫ୍ ସଦସ୍ୟଙ୍କ ପାଇଁ ନଗଦ ପୁରସ୍କାର ଘୋଷଣା କରାଯାଇଛି।