ଗର୍ଭବତୀ ହେଲେ ରିତେଶ ଦେଶମୁଖ

ମୁମ୍ବାଇ: ଦୀର୍ଘ ୧୦ ବର୍ଷ ପରେ ପୁଣିଥରେ ଅଭିନେତା ରିତେଶ ଦେଶମୁଖ ଓ ପତ୍ନୀ ଜିନିଲିଆ ‘ମିଷ୍ଟର ମମ୍ମି’ରେ ନଜର ଆସିବେ । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋକୁ ଉଭୟ ନିଜ ନିଜ ସୋସିଆଲ ମିଡିଆରେ ସେଆର କରିଛନ୍ତି । ତାଙ୍କର ଆଗାମୀ ଅପ କମିଂ ଫିଲ୍ମ ‘ମିଷ୍ଟର ମମ୍ମି’ର ପୋଷ୍ଟର ରିଲିଜ ହୋଇଛି । ଏଥିରେ ରିତେଶଙ୍କୁ ଗର୍ଭବତୀ ଥିବା ନଜର ଆସିବା ସହ ତାଙ୍କ ସହ ଜେନେଲିଆ ମଧ୍ୟ ଗର୍ଭବତୀ ହେବାର ନଜର ଆସିଛନ୍ତି ।

ଏହି ଫିଲ୍ମରେ କମେଡି, ଡ୍ରାମା, ଟ୍ୱିଷ୍ଟ ଏବଂ ଇମୋସନ ଦେଖିବାକୁ ମିଳିବ । ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଶାଦ ଅଲ୍ଲି ଅଛନ୍ତି । ସେହିପରି ଏହି ପୋଷ୍ଟରକୁ ଜେନେଲିଆ ତାଙ୍କ ଇନଷ୍ଟାରେ ସେୟାର କରି ଏକ କ୍ୟାପସନ ଲେଖିଛନ୍ତି, ଯେ, ହୃଦୟ ଖୋଲି ହସିବା ପାଇଁ ପ୍ରସ୍ତୁତ ହୋଇଯାନ୍ତୁ ।