ଘରୋଇ ଓ ସରକାରୀ ମେଡିକାଲ କଲେଜର ଫି’ ସମାନ ହେବ

ନ୍ୟାସନାଲ ମେଡିକାଲ କମିଶନ (ଏନ୍‌ଏମ୍‌ସି)ଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ: ମେଡିକାଲ କଲେଜର ଫି’ ନିଷ୍ପତ୍ତି ନେଇ ନ୍ୟାସନାଲ ମେଡିକାଲ କମିଶନ (ଏନ୍‌ଏମ୍‌ସି) ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଦେଶର ଘରୋଇ ମେଡିକାଲ କଲେଜରେ କୋଟି କୋଟି ଟଙ୍କାର ଫି’ରେ ଲଗାମ ଲଗାଇବା ପାଇଁ ନ୍ୟାସନାଲ ମେଡିକାଲ କମିଶନ (ଏନ୍‌ଏମ୍‌ସି) ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଏଣିକି ଦେଶର ଘରୋଇ ମେଡିକାଲ କଲେଜରେ ୫୦ ପ୍ରତିଶତ ସିଟର ଫି’ ସରକାରୀ ମେଡିକାଲ କଜେଲ ସହ ସମାନ ରହିବ । 

ଏନ୍‌ଏମ୍‌ସି ବିଜ୍ଞପ୍ତି ଜାରି କରି କହିଛି ଯେ, ଦେଶର ସମସ୍ତ ଘରୋଇ ମେଡିକାଲ କଲେଜରେ ୫୦ ପ୍ରତିଶତ ସିଟ୍‌ର ଫି’ ଯେଉଁ ରାଜ୍ୟରେ ଥିବ, ସେହି ରାଜ୍ୟର ମେଡିକାଲ କଲେଜର ଫି’ ସହିତ ସମାନ ରହିବ । ଏଥି ସହିତ ଘରୋଇ କଲେଜ କର୍ତ୍ତୃପକ୍ଷ ବାକି ୫୦ ପ୍ରତିଶତ ସିଟ୍‌ରେ ଫି’ ସେହି ରାଜ୍ୟର ଫି’ ରେଗୁଲେଟରି ଅଥରିଟି ନିର୍ଦ୍ଧାରିତ କରିବେ । ଏହା ବ୍ୟତୀତ ମେଡିକାଲ କଲେଜ ପ୍ରଶାସନ ଡେନେଶନ ବ୍ୟତୀତ ଅନ୍ୟ କୌଣସି ଅତିରିକ୍ତ ଶୁଳ୍କ ନେଇପାରିବେ ନାହିଁ ।