କୋଭିଡ କଟକଣା ହେତୁ ଚନ୍ଦ୍ରଭାଗା ବୁଡରେ ରୋକ

ପୁରୀ: ଆଜିର ତିଥିରେ ପ୍ରଭୁ ସୂର୍ଯ୍ୟଦେବ ଜନ୍ମ ଗ୍ରହଣ କରିଥିଲେ। ଆଜିର ଦିନରେ ଚନ୍ଦ୍ରଭାଗାରେ ସ୍ନାନକରି ଉଦିତ ସୂର୍ଯ୍ୟଙ୍କୁ ଦର୍ଶନ କଲେ ରୋଗ ଶୋକରୁ ମୁକ୍ତି ମିଳିଥାଏ ବୋଲି ବିଶ୍ଵାସ ରହିଛି। କୋଭିଡ କଟକଣା ହେତୁ ଚଳିତଥର ମଧ୍ୟ ଶ୍ରଦ୍ଧାଳୁମାନେ ଚନ୍ଦ୍ରଭାଗାରେ ବୁଡ ଓ ସୂର୍ଯ୍ୟ ଦର୍ଶନ କରି ପାରିନାହାନ୍ତି।

ଆଜି ଚନ୍ଦ୍ରଭାଗାରେ ହଜାର ହଜାର ଭକ୍ତ ଚନ୍ଦ୍ରଭାଗା ପବିତ୍ର ତୀର୍ଥ ପୁଷ୍ପରଣୀରେ ସ୍ନାନ କରିଥାନ୍ତି। କିନ୍ତୁ ଚଳିତ ବର୍ଷ କୋଭିଡ କଟକଣା ପାଇଁ ମେଳା ପଡିଆ ଓ ତୀର୍ଥ ପୁଷ୍ପରଣୀରେ ପ୍ରଶାସନ ୧୪୪ ଧାରା ଜାରି କରିଛି। ବିନା ଭକ୍ତରେ ସମସ୍ତ କାର୍ଯ୍ୟ ତ୍ଵରାନିତ ହୋଇଛି।

ଆଳତିପରେ ପରମ୍ପରା ଅନୁସାରେ ପ୍ରଥମେ ତିନି ଠାକୁର ସ୍ନାନ କରିବା,ପରେ ସାଧୁସନ୍ଥ ତୀର୍ଥ ପୁଷ୍ପରଣୀରେ ସ୍ନାନ କରିଥିଲେ। ଲୋକକଥାନୁସାରେ ପ୍ରଭୁ କୃଷ୍ଣଙ୍କ ପୁଅ ଶାମ୍ଵ କୁଷ୍ଠରୋଗରେ ପିଡୀତ ଥିବା ବେଳେ ଚନ୍ଦ୍ରଭାଗାରେ ସ୍ନାନ କରି ଉଦିତ ସୂର୍ଯ୍ୟ ଦର୍ଶନ କରି ମୁକ୍ତି ପାଇଥିଲେ ବୋଲି ସାଧୁସନ୍ଥ କହିଛନ୍ତି।