୨୪ ଘଣ୍ଟାରେ ରାଜ୍ୟରେ ଆଉ ୨୦ଜଣଙ୍କ ଜୀବନ ନେଲା ମହାମାରୀ

ଭୁବନେଶ୍ୱର: ରାଜ୍ୟରେ କମୁନି କରୋନା ଜନିତ ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୨୦ଜଣଙ୍କ ଜୀବନ ନେଲା ମହାମାରୀ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କଳାହାଣ୍ଡିରୁ ୪ ଓ କଟକରୁ ୩ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ସେହିପରି ନୟାଗଡ଼ ଓ ଜଗତସିଂହପୁରୁ ୨ଜଣ ଲେଖାଏଁ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା । ରାୟଗଡ଼ା, କେନ୍ଦ୍ରାପଡ଼ା ଓ ଯାଜପୁରରୁ ଜଣେ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍‍ କରୋନା ଜନିତ ମୃତ୍ୟୁସଂଖ୍ୟା ୮ ହଜାର ୭୪୫କୁ ବୃଦ୍ଧି ପାଇଛି । ଅନ୍ୟପଟେ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଛି । ପ୍ରତ୍ୟେକ ଦିନ ରାଜ୍ୟରେ ୩ ହଜାର ତଳକୁ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି ।